ପୁଣି ପ୍ରେମରେ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଏହି ଅଭିନେତ୍ରୀଙ୍କୁ କରୁଛନ୍ତି ଡେଟ୍‌

ମୁମ୍ବାଇ,୧୦।୧୦:ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। କରଓ୍ବାଚୌଥରେ ମୁମ୍ବାଇ ବିମାନବନ୍ଦରରେ ତାଙ୍କୁ ମଡେଲ ମାହିକା ଶର୍ମାଙ୍କ ସହ ଦେଖିବାକୁ ମିଳିଛି। ୨୦୨୪ରେ ସେ ତାଙ୍କ ସ୍ତ୍ରୀ ନତାଶା ଷ୍ଟାନକୋଭିକଙ୍କଠାରୁ ଛାଡପତ୍ର ଘୋଷଣା କରିଥିଲେ। ଦୁହେଁ ପାରସ୍ପରିକ ସହମତିରେ ଅଲଗା ହୋଇଥିଲେ। ସେମାନଙ୍କ ପୁଅ ଅଗସ୍ତ୍ୟ ଅଛି।

ନତାଶାଙ୍କ ଠାରୁ ଅଲଗା ହେବା ପରେ, ହାର୍ଦ୍ଦିକଙ୍କୁ ପ୍ରଥମେ ମଡେଲ ଜସ୍ମିନ ୱାଲିଆଙ୍କ ସହ ଯୋଡା ଯାଇଥିଲା। ଉଭୟ ଡେଟ କରୁଥିବା ଚର୍ଚ୍ଚା ହୋଇଥିଲା। କିନ୍ତୁ ସେମାନଙ୍କ ବ୍ରେକ୍‌ଅପ୍‌ ହୋଇଯାଇଛି। ଏବେ ହାର୍ଦ୍ଦିକ ମଡେଲ ମାହିକାଙ୍କୁ ଡେଟ୍‌ କରୁଛନ୍ତି।

ହାର୍ଦ୍ଦିକ ଏବଂ ମାହିକାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଏକାଠି ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ କେହି ଗଣମାଧ୍ୟମକୁ କୌଣସି ବୟାନ ଦେଇ ନ ଥିଲେ, କିନ୍ତୁ କ୍ୟାମେରା ସାମ୍ନାକୁ ଆସିବା ମାତ୍ରେ ହାର୍ଦ୍ଦିକ ମାହିକାଙ୍କୁ ଧରି ଆଗକୁ ବଢିବାକୁ ଦେଇଥିଲେ।
ମାହିକା ଶର୍ମା ମଡେଲିଂ ଏବଂ ଅଭିନୟ ଜଗତର ଏକ ଜଣାଶୁଣା ନାମ। ସେ ଅର୍ଥନୀତି ଏବଂ ଆର୍ଥିକ କ୍ଷେତ୍ରରେ ଡିଗ୍ରୀ ହାସଲ କରିଛନ୍ତି ଏବଂ ତନିଷ୍କ, ଭିଭୋ ଏବଂ ୟୁନିକ୍ଲୋ ଭଳି ଅନେକ ପ୍ରମୁଖ ବ୍ରାଣ୍ଡ ପାଇଁ କାମ କରିଛନ୍ତି। ସେ ଡିଜାଇନର ମନୀଷ ମାଲହୋତ୍ରା, ଅନିତା ଡୋଙ୍ଗରେ ଏବଂ ତରୁଣ ତାହିଲିଆନିଙ୍କ ପାଇଁ ମଧ୍ୟ ରାମ୍ପ ଶୋ’ କରିଛନ୍ତି।

 

Dharitri – The Largest & Most Trusted Odia Daily