Categories: Home Leftଖେଳ

ବିଶ୍ୱକପ୍‌ ବିଜୟର ସପ୍ତାହ ପରେ ୧୨ କୋଟିର ଫେରାରି କାର କିଣିଲେ ହାର୍ଦ୍ଦିକ

ମୁମ୍ୱାଇ,୧୬ା୩: ଟି୨୦ ବିଶ୍ୱକପ୍‌ ଜିତିବାର ଏକ ସପ୍ତାହ ପରେ ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ୍‌ ପାଣ୍ଡ୍ୟା ଏକ ନୂଆ ଫେରାରି ୧୨ ସିଲିଣ୍ଡ୍ରି କାର୍‌ କିଣିଛନ୍ତି। ଏହି ସୁପର କାର୍‌ର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା।

ଏହି ୧୨ ସିଲିଣ୍ଡ୍ରି କାର୍‌ ହେଉଛି ଫେରାରିର ଅନ୍ୟତମ ନୂଆ ମଡେଲ। ଏଥିରେ ଭି୧୨ ଇଞ୍ଜିନ ବ୍ୟବହାର କରାଯାଇଛି, ଯାହାକି କାର୍‌ର ଗତିକୁ ଘଣ୍ଟା ପ୍ରତି ୩୪୦ କିମି ବେଗରେ ପହଞ୍ଚାଇପାରିବ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ହାର୍ଦ୍ଦିକ୍‌ ତାଙ୍କ ବାନ୍ଧବୀ ମାହିକା ଶର୍ମାଙ୍କ ସହ ଏହି ନୂଆ କାର୍‌ ଚଳାଉଥିବା ନଜର ଆସୁଛି।

ତେବେ ପାଣ୍ଡ୍ୟାଙ୍କ ପାଇଁ ବିଳାସପୂର୍ଣ୍ଣ କାର୍‌ କିଣିବା କିଛି ନୂଆକଥା ନୁହେଁ। ତାଙ୍କ ପାଖରେ ପୂର୍ୱରୁ ରଲ୍ସ-ରୟେସ୍‌ ଫାଣ୍ଟମ, ଲାମ୍ୱୋରଘିନି ଉରୁସ, ମର୍ସିଡିଜ୍‌-ଏଏମ୍‌ଜି ଜି୬୩, ରେଞ୍ଜ୍‌ ରୋଭର ଭୋଗ, ଅଡି ଏ୬ ଭଳି ବିଭିନ୍ନ ବିଳାସପୂର୍ଣ୍ଣ କାର୍‌ ରହିଛି।

Share