Categories: Home Leftଖେଳ

ପ୍ରେମ ଦିବସରେ ଆଉଥରେ ବିବାହ କଲେ ହାର୍ଦ୍ଦିକ,ସାମ୍ନାକୁ ଆସିଲା ବିବାହ ଫଟୋ

ନୂଆଦିଲ୍ଲୀ,୧୫।୨: ଭାରତୀୟ କ୍ରିକେଟ୍‌ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ପୁଣିଥରେ ବିବାହ କରିଛନ୍ତି। ଉଭୟ ଉଦୟପୁରରେ ସାତଫେରା ନେଇଛନ୍ତି। ସୋସିଆଲ ମିଡିଆରେ ହାର୍ଦ୍ଦିକ ପାଣ୍ଡ୍ୟା ବିବାହ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ସ୍ତ୍ରୀ ନତାଶାଙ୍କ ସହ ନଜର ଆସିଛନ୍ତି। ଫଟୋରେ ନତାଶା ଏବଂ ହାର୍ଦ୍ଦିକ ବହୁତ ଖୁସି ଦେଖାଯାଉଛନ୍ତି। କଳା ସୁଟରେ ହାର୍ଦ୍ଦିକ ପାଣ୍ଡ୍ୟା ସୁନ୍ଦର ଦେଖାଯାଉଛନ୍ତି।ଏଥିସହିତ, ନତାଶା ମଧ୍ୟ ଏକ ଧଳା ଗାଉନରେ ରାଜକୁମାରୀଙ୍କଠାରୁ କିଛି କମ ଦେଖାଯାଉ ନାହାନ୍ତି। ଦମ୍ପତିଙ୍କ ଏହି ବିବାହ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଉଭୟଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ବିବାହରେ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଥିଲେ। ୨୦୨୦ରେ ହାର୍ଦ୍ଦିକ ଏବଂ ନତାଶା ବିବାହ କରିଥିଲେ। ଏହାପରେ ନତାଶା ଏକ ପୂତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଯାହାଙ୍କ ନାମ ସେମାନେ ଅଗସ୍ତ୍ୟ ରଖିଛନ୍ତି। ପୁଅ ଅଗସ୍ତ୍ୟ ମଧ୍ୟ ନତାଶା ଏବଂ ହାର୍ଦ୍ଦିକଙ୍କ ଦ୍ୱିତୀୟ ବିବାହରେ ଯୋଗ ଦେଇଛନ୍ତି।