ନୂଆଦିଲ୍ଲୀ,୨୩।୧ : ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ ଜଣ ଖୋଳାଳିଙ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି । ସେ ଟି-୨୦ କ୍ରିକେଟରେ ୧୦୦୦ ଛକା ମାରିପାରନ୍ତି । ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ରେ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବା ପରେ ଭଜ୍ଜି ଏହି ଭବିଷ୍ୟବାଣୀ କରିଥିଲେ ଏବଂ ଦାବି କରିଥିଲେ ଯେ ଯଦି ଅଭିଷେକ କୋହଲି ଏବଂ ରୋହିତଙ୍କ ପରି ଅଧିକ ଟି-୨୦ ମ୍ୟାଚ୍ ଖେଳିପାରନ୍ତି, ତେବେ ତାଙ୍କ ନାମରେ ୧୦୦୦ ଛକା ହେବ । ପ୍ରକାଶଥାଉକି, ପ୍ରଥମ ଟି-୨୦ ମ୍ୟାଚ୍ରେ ଅଭିଷେକ ଶର୍ମା ୮୪ ରନ୍ର ଏକ ଚମତ୍କାର ଇନିଂସ ଖେଳିଥିଲେ ଯେଉଁଥିରେ ଏହି ବ୍ୟାଟ୍ସମ୍ୟାନ୍ ୮ଟି ଛକା ମାରିଥିଲେ ।
ହରଭଜନ କହିଛନ୍ତି, ଅଭିଷେକ ଶର୍ମା ସହଜରେ ଶତକ ହାସଲ କରିପାରିଥାନ୍ତେ, କିନ୍ତୁ ସେ କଲେ ନାହିଁ । ସେ କହିଥିଲେ ଯେ ସେ ଆଉଟ୍ ହେଲେ ମଧ୍ୟ ସମାନ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ ଜାରି ରଖିବେ। ମାନସିକତାରେ ଏହା ହିଁ ପାର୍ଥକ୍ୟ। ଏହା ଏକ ବଡ଼ କଥା ଯେ ସେ ନିଜ ବିଷୟରେ ଚିନ୍ତା କରିନଥିଲେ ଏବଂ ଦଳ ବିଷୟରେ ଚିନ୍ତା କରିଥିଲେ। ସେ ଏବେ ଯେଉଁଭଳି ବ୍ୟାଟିଂ କରୁଛନ୍ତି, ପ୍ରତ୍ୟେକ ଥର ସେ ୫୦ ରନ୍ କଲେ, ଟିମ୍ ଇଣ୍ଡିଆ ଜିତିଥାଏ । ସେ ଜଣେ ସୁପରଷ୍ଟାର, ଏବଂ ବୋଲରମାନଙ୍କ ପାଖରେ ତାଙ୍କ ପାଇଁ କୌଣସି ଜବାବ ନାହିଁ ।
ହରଭଜନ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ରିଙ୍କୁଙ୍କ ୪୪ ରନର ଇନିଂସକୁ ପ୍ରଶଂସା କରି କହିଛନ୍ତି, “ରିଙ୍କୁ ସିଂଙ୍କ ପ୍ରଦର୍ଶନ ପ୍ରଶଂସାର ଯୋଗ୍ୟ। ବିଚରା ଖୋଳାଳି ବହୁତ ଦିନ ପରେ ସୁଯୋଗ ପାଇଲା ଏବଂ ସେ ଏହାର ସର୍ବାଧିକ ଉପଯୋଗ କଲା। ସେ ଏତେ ପରିଶ୍ରମୀ ଖେଳାଳି ଯେ ଯେତେବେଳେ ସୁଯୋଗ ପାଏ ସେ କେବେ ହାତଛଡ଼ା କରେ ନାହିଁ । ସେ ପ୍ରତ୍ୟେକ ଥର ଖେଳିବା ସମୟରେ ସମସ୍ତଙ୍କ ହୃଦୟ ଜିତିଥାଏ।