Categories: Home Leftଖେଳ

୧୨ ବର୍ଷୀୟା ଛାତ୍ରୀ ଡିଜାଇନ କରିଥିବା ଜର୍ସି ପିନ୍ଧି ଟି୨୦ ବିଶ୍ୱକପ୍‌ ଖେଳୁଛି ସ୍କଟଲାଣ୍ଡ

ଅଲ ଆମେରାତ,୧୯।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିଥିବା ସ୍କଟଲାଣ୍ଡ ଦଳର ଜର୍ସିକୁ ଡିଜାଇନ କରିଛନ୍ତି ୧୨ ବର୍ଷୀୟା ଛାତ୍ରୀ ରେବେକା ଡୋନି। ଏଥି ଲାଗି ତାଙ୍କୁ ସ୍କଟଲାଣ୍ଡ କ୍ରିକେଟ ପକ୍ଷରୁ ସୋମବାର ଧନ୍ୟବାଦ୍‌ ଦିଆଯାଇଛି।

“ହାଡିଂଟନର ୧୨ ବର୍ଷୀୟା ରେବେକା ସ୍କଟଲାଣ୍ଡର କିଟ୍‌ ଡିଜାଇନ କରିଛନ୍ତି। ସେ ନିଜ ପାଇଁ ଡିଜାଇନ କରିଥିବା ସ୍ବତନ୍ତ୍ର ଜର୍ସି ପିନ୍ଧି ସ୍କଟଲାଣ୍ଡର ପ୍ରଥମ ମ୍ୟାଚ୍‌କୁ ଉପଭୋଗ କରିଛନ୍ତି। ପୁଣି ଥରେ ରେବେକାଙ୍କୁ ଧନ୍ୟବାଦ” ବୋଲି ସ୍କଟଲାଣ୍ଡ କ୍ରିକେଟ୍‌ ପକ୍ଷରୁ ଟୁଇଟ୍‌ କରାଯାଇଛି। ଏଥିସହିତ ଶେୟାର କରାଯାଇଛି ସ୍କୁଲ ଛାତ୍ରୀଙ୍କ ଫଟୋ।

ଉଲ୍ଲେଖଯୋଗ୍ୟ, ଟି୨୦ ବିଶ୍ୱକପ୍‌ର ମୁଖ୍ୟ ଇଭେଣ୍ଟ ଲାଗି ଚାଲିଥିବା ଯୋଗ୍ୟତା ପର୍ଯ୍ୟାୟରେ କାଇଲ କୋଟେଜରଙ୍କ ନେତୃତ୍ୱାଧୀନ ସ୍କଟଲାଣ୍ଡ ଲଗାତାର ଦୁଇଟି ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ଭଳି ଅପେକ୍ଷାକୃତ ଶକ୍ତିଶାଳୀ ଦଳକୁ ହରାଇଥିବା ଏହି ଦଳ ଦ୍ୱିତୀୟ ମ୍ୟାଚ୍‌ରେ ପପୁଆ ନ୍ୟୁଗିନିକୁ ହରାଇ ଦେଇଛି।