ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

ନିରାକାରପୁର,୧୦।୪(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ୱର ନିକଟ କୁଆଁରୀ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିରାକାରପୁର ପୋଲିସ ଗୁରୁବାର ଜବତ କରିଛି। ସେ ହେଲେ ପୁରୀ ଜିଲା ଚନ୍ଦନପୁର ଥାନା ଅଧୀନ ଆଳି ଶାସନ ଗ୍ରାମର ବାଦଲ ପ୍ରଧାନ ।

ପୋଲିସ ମୃତଦେହ ନିକଟରୁ ଓଡି୧୩ୟୁ-୮୧୯୪ ନମ୍ବର ବିଶିଷ୍ଟ ଏକ ବାଇକ୍‌ ସହ ଏକ ମୋବାଇଲ ଫୋନ ଜବତ କରିଛି। ଏନେଇ ନିରାକାରପୁର ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୪/୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହେଲେ ବାଦଲଙ୍କ ମୃତ୍ୟୁର କାରଣ ଜଣାପଡି ନାହିଁ।

ମୃତଦେହ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ସରକାରୀ ମେଡିକାଲକୁ ପଠାଯିବ ବୋଲି ସ୍ଥାନୀୟ ଥାନା ଅଧିକାରୀ ବିଶ୍ବଜିତ ରାଉତରାୟ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ, ଯୁବକ ଜଣକ ସ୍ଥାନୀୟ ଏକ ଆମ୍ବଗଛ ଡାଳରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଛି।