Imola: Mercedes driver Lewis Hamilton of Britain holds up the trophy on the podium after winning the Emilia Romagna Formula One Grand Prix, at the Enzo and Dino Ferrari racetrack, in Imola, Italy, Sunday, Nov.1, 2020. AP/PTI(AP01-11-2020_000213B)
ଇମୋଲା (ଇାଟାଲୀ):ମର୍ସିଡିଜ୍ର ଲୁଇସ୍ ହାମିଲଟନ ରବିବାର ଇମିଲିଆ ରୋମାଗ୍ନା ଫର୍ମୁଲା ଓ୍ବାନ ମୋଟର ରେସ୍ ଗ୍ରାଁ ପ୍ରି ଜିତିଛନ୍ତି। ଫଳରେ ସବୁଠାରୁ ଅଧିକ ଫର୍ମୁଲା ଓ୍ବାନ ରେସ୍ ଜିତିବାରେ ତାଙ୍କ ନାମରେ ଯେଉଁ ରେକର୍ଡ ରହିଛି ତାହା ୯୩କୁ ବୃଦ୍ଧି ପାଇଛି। ହାମିଲଟନ ତାଙ୍କ ଟିମ୍ମେଟ ଭାଲଟେରି ବୋଟାସଙ୍କୁ ୫.୭ ସେକେଣ୍ଡ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଗତ ସପ୍ତାହରେ ହାମିଲଟନ ୯୨ତମ ବିଜୟ ସହ ସୁମାକରଙ୍କ ରେକର୍ଡ ଭଙ୍ଗ କରିଥିଲେ। ରବିବାରର ଏହି ବିଜୟ ଦ୍ୱାରା ମର୍ସିଡିଜ ଟିମ୍ କ୍ରମାଗତ ୭ମ ଥର କନଷ୍ଟ୍ରକ୍ଟର୍ସ ଚାମ୍ପିୟନଶିପ୍ ଜିତିବାରେ ସମର୍ଥ ହୋଇଛି। ରେନଲ୍ଟର ଡାନିଏଲ ରିକାର୍ଡୋ ତୃତୀୟ ସ୍ଥାନରେ ରହିଥିଲେ। ଚଳିତ ସିଜନରେ ଏହା ହେଉଛି ତାଙ୍କର ଦ୍ୱିତୀୟ ପୋଡିୟମ ଫିନିଶ। ଡ୍ରାଇଭର୍ସ ଟାଇଟଲ ଦୌଡ଼ରେ ହାମିଲଟନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବୋଟାସଙ୍କଠାରୁ ୮୫ ପଏଣ୍ଟ ବ୍ୟବଧାନରେ ଶୀର୍ଷରେ ରହିଛନ୍ତି। ରେଡ୍ବୁଲ୍ର ମାକ୍ସ ଭର୍ଷ୍ଟାପେନ୍ଙ୍କ କାର ପଙ୍କଚର ହୋଇଯିବାରୁ ବୋଟାସ ଏହି ତାଲିକାର ଦ୍ୱିତୀୟ ସ୍ଥାନକୁ ପଦୋନ୍ନତି ପାଇଛନ୍ତି। ୨୦୦୬ ପରେ ଇମୋଲାରେ ପ୍ରଥମ ଥର ଫର୍ମୁଲା ଓ୍ବାନ ରେସ୍ ଆୟୋଜିତ ହୋଇଥିଲା। ୪ର୍ଥରୁ ୧୦ମ ସ୍ଥାନରେ ରହିଥିବା ଡ୍ରଇଭରମାନେ ଯଥାକ୍ରମେ ହେଲେ ଡାନିଲ କ୍ୟାତ୍ (ଆଲ୍ଫା ତାଉରି), ଚାର୍ଲସ ଲେକ୍ରେକ୍ (ଫେରାରି), ସର୍ଗିଓ ପେରେଜ (ରେସିଂ ପଏଣ୍ଟ), ଚାଲର୍ସ ସେଞ୍ଜ୍ ଜୁନିୟର (ମ୍ୟାକ୍ଲରେନ), ଲାଣ୍ଡୋ ନୋରିସ୍ (ମ୍ୟାକଲରେନ), କିମି ରାଇକୋନେନ୍ (ଆଲ୍ଫା ରୋମିଓ), ଆଣ୍ଟୋନିଓ ଜିଓଭିନାଜି (ଆଲ୍ଫା ରୋମିଓ)।