Mercedes driver Lewis Hamilton of Britain steers his car during the first practice session for the Hungarian Formula One Grand Prix at the Hungaroring racetrack in Mogyorod, Hungary, Friday, July 17, 2020. The Hungarian F1 Grand Prix will be held on Sunday. (Darko Bandic/Pool via AP)
ବୁଦାପେଷ୍ଟ, ୧୭ା୭ (ଏପି)-ହଙ୍ଗେରିଆନ ଗ୍ରାଁ ପ୍ରିର ପ୍ରଥମ ପ୍ରାକ୍ଟିସ ସେସନରେ ଫର୍ମୁଲା ଓ୍ବାନ ଚାମ୍ପିୟନ ଲୁଇସ୍ ହାମିଲଟନ ଦ୍ରୁତତମ ବିବେଚିତ ହୋଇଛନ୍ତି। ହମିଲଟନ ତାଙ୍କ ମର୍ସିଡିଜ୍ ଟିମ୍ମେଟ୍ ଭାଲଟେରୀ ବୋଟାସ୍ଙ୍କଠାରୁ .୦୮୬ ସେକେଣ୍ଡ ସମୟ ବ୍ୟବଧାନରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ହାମିଲଟନ ଏବଂ ତୃତୀୟ ହୋଇଥିବା ରେସିଂ ପଏଣ୍ଟ ଡ୍ରାଇଭର ସର୍ଗିଓ ପେରେଜଙ୍କ ମଧ୍ୟରେ ସମୟ ବୃବଧାନ .୫୨୭ ସେକେଣ୍ଡ ରହିଥିଲା। ରେସିଂ ପଏଣ୍ଟର ଅନ୍ୟ ଜଣେ ଡ୍ରାଇଭର ଲାନ୍ସ ଷ୍ଟ୍ରୋଲ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ।
ଫେରାରିର ସେବାଷ୍ଟିଆନ ଭେଟେଲ ଓ ଚାଲର୍ସ ଲେକ୍ରେକ୍ ଏବଂ ରେଡ୍ବୁଲ୍ର ମାକ୍ସ ଭର୍ଷ୍ଟାପେନଙ୍କୁ ପଛରେ ପକାଇ ରେନଲ୍ଟର ଡାନିଏଲ ରିକାର୍ଡୋ ୫ମ ସ୍ଥାନ ଅଧିକାର କରିଥିଲେ। ଏହି ସିଜନରେ ମର୍ସିଡିଜ୍ ଡ୍ରାଇଭରମାନେ ପୋଲ ପୋଜିଶନରୁ ଗୋଟିଏ ଲେଖାଏଁ ରେସ୍ ଜିତିଛନ୍ତି। ବୋଟାସ ସିଜନ ଆରମ୍ଭ ଅଷ୍ଟ୍ରିଆନ ଗ୍ରାଁ ପ୍ରି ଜିତିଥିବାବେଳେ ଗତ ରବିବାର ଅଷ୍ଟ୍ରିଆରେ ଷ୍ଟାଇରିଆନ ଗ୍ରଁାପ୍ରି ଟାଇଟଲ ହାସଲ କରିଛନ୍ତି ହାମିଲଟନ। ହାମିଲଟନଙ୍କର ଏହା ଥିଲା ୮୫ତମ ଫର୍ମୁଲା ଓ୍ବାନ ବିଜୟ।