ଡିଭାଇଡର ସହିତ ଧକ୍କା ହେଲା ମହିନ୍ଦ୍ରା ଥାର୍‌, ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ

ଗୁରୁଗ୍ରାମ,୨୭।୯: ଗୁରୁଗ୍ରାମର ଜାତୀୟ ରାଜପଥ ୪୮ର ଏକଜିଟ ୯ରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ, ଗୁରୁଗ୍ରାମର ରାଜୀବ ଚୌକ ଅଭିମୁଖେ ଯାଉଥିବା ଏକ ମହିନ୍ଦ୍ରା ଥାର୍‌ ଏକଜିଟ ନେବା ସମୟରେ ଏକ ଡିଭାଇଡର ସହିତ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ପାଞ୍ଚ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ଉତ୍ତର ପ୍ରଦେଶର ବାସିନ୍ଦା ଏବଂ କୌଣସି କାମ ପାଇଁ ଗୁରୁଗ୍ରାମ ଆସିଥିଲେ ବୋଲି ସୂଚନା ମିଳିଛି।

ସ୍ଥାନୀୟ ପୋଲିସ ଅନୁଯାୟୀ, ଦୁର୍ଘଟଣାର ପ୍ରାଥମିକ କାରଣ ଗାଡିର ଦ୍ରୁତ ଗତି ଥିଲା। ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇବାରୁ ଥାର୍‌ ଡିଭାଇଡର ସହିତ ଧକ୍କା ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ହେପାଜତକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି। ସମସ୍ତ ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ କିମ୍ବା ମୃତକଙ୍କୁ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲା। ପହଞ୍ଚିବା ପରେ ପାଞ୍ଚ ଜଣ ଯୁବକଙ୍କୁ ମୃତ ଘୋଷଣା କରାଯାଇଥିଲା। ପୋଲିସ କହିଛି ଯେ ଦ୍ରୁତ ଗତି ଦୁର୍ଘଟଣାର ମୁଖ୍ୟ କାରଣ ଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ମଧ୍ୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛି।

 

Dharitri – Odisha’s No.1, Most Trusted Odia Daily