ଦିଗପହଣ୍ଡି,୧୯।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରୀ ଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ପଡିଆଠାରେ ବୃନ୍ଦାବନ ଚନ୍ଦ୍ର ସ୍ପୋର୍ଟସ ବ୍ଲକ ଆନୁକୂଲ୍ୟରେ ଗତ ଶନିବାର ଠାରୁ ୩ ଦିନ ବ୍ୟାପୀ ଚାଲିଥିବା ଗୈାରୀଶଙ୍କର ଓ ଚନ୍ଦନ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ମେଣ୍ଟ୍ ଉଦ୍ଯାପିତ ହୋଇଯାଇଛି।
ଫାଇନାଲ ମ୍ୟାଚରେ ଗଜପତି ଜିଲା ଗୁମ୍ମା ଗ୍ରାମ ଭଲିବଲ ଟିମ୍ ପ୍ରତିପକ୍ଷ କନ୍ଧମାଳ ଜିଲା ଦାରିଙ୍ଗିବାଡି ଟିମକୁ ୩-୦ ମ୍ୟାଚରେ ପରାଜିତ କରି ଚାମ୍ପିୟନ ହୋଇଛି। ମ୍ୟଚ୍ ଉଦ୍ଘାଟନ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଗୋପାଳକୃଷ୍ଣ ମେକାପ, ପ୍ରଭାତ ପାଣିଗ୍ରାହୀ ଏବଂ ପୂର୍ବତନ କାଉନସିଲର ଭଗବାନ ସ୍ବାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଉଦ୍ଯାପନୀ ସମାରୋହରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ଆଇନଜୀବି ତଥା ନୋଟାରି ମନୋଜ କୁମାର ପଣ୍ଡା, ସାମାଜିକ କର୍ମୀ ମନୋଜ ପଟ୍ଟନାୟକ, ମନୋଜ ସାହୁ, ମୁନା ସାହୁ , ସୁଦାମ ବେହେରା, ଟୁକୁନା ସାହୁଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ମ୍ୟାଚ ଶେଷରେ କ୍ଳବ ପକ୍ଷରୁ ବିଜେତା ଗୁମ୍ମା ଟିମକୁ ୨୦ ହଜାର ଏବଂ ପରାଜିତ ଦାରିଙ୍ଗିବାଡି ଟିମକୁ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଗୋବିନ୍ଦ ନାୟକ ମ୍ୟାଚ ରିଫେରି ଥିବା ବେଳେ ଟୁର୍ନାମେଣ୍ଟ ଆୟୋଜକ କମିଟି ସଭାପତି ରଞ୍ଜନ କୁମାର ପାଣିଗ୍ରାହୀ, ସମ୍ପାଦକ ଚିତ୍ରସେନ ଗୌଡ଼, କୋଷାଧ୍ୟକ୍ଷ ପ୍ରଶାନ୍ତ ଗୈାଡ, ଉପଦେଷ୍ଟା ସନ୍ତୋଷ କୁମାର ସାହୁ, ଶିବାନନ୍ଦ ପାଣିଗ୍ରାହୀ, ଭୈରବକର, ଦୁର୍ଗାପ୍ରସାଦ ଗୈାଡ, ଜୟସେନ ପାଣିଗ୍ରାହୀଙ୍କ ସମେତ କ୍ଲବ ସଦସ୍ୟ ବୃନ୍ଦ ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।
Dharitri – Odisha’s No.1 Odia Daily