ନୂଆଦିଲ୍ଲୀ,୧୮ା୫: ଅଧିନାୟକ ଶୁବମନ ଗିଲ ଓ ସାଇ ସୁଦର୍ଶନଙ୍କ ଅବିଭାଜିତ ଦ୍ୱିଶତକୀୟ ଓପନିଂ ଭାଗୀଦାରି ବଳରେ ଗୁଜରାଟ ଜାଏଣ୍ଟ୍ସ (ଜିଟି) ୧୦ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ପରାସ୍ତ କରିଛି। ଏହି ବିଜୟ ସହ ଗୁଜରାଟ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଓ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍) ପ୍ଲେଅଫ୍ରେ ପ୍ରବେଶ କରିଛନ୍ତି।
ଲୋକେଶ ରାହୁଲଙ୍କ ଅପରାଜିତ ଶତକ ବେକାର ହୋଇଛି। ଦିଲ୍ଲୀ ଦ୍ୱାରା ପ୍ରଦତ୍ତ ୨୦୦ ରନର ଟାର୍ଗେଟକୁ ଗୁଜରାଟ ୧୯ ଓଭରରେ ବିନା ଉଇକେଟରେ ହାସଲ କରି ନେଇଥିଲା। ଏହା ଗୁଜରାଟର ନବମ ବିଜୟ ହୋଇଥିବା ବେଳେ ଦିଲ୍ଲୀ ଲାଗି ଏହା ପଞ୍ଚମ ପରାଜୟ। ପରାଜୟ ସତ୍ତ୍ୱେ ଦିଲ୍ଲୀର ପ୍ଲେଅଫ୍ରେ ସ୍ଥାନ ପକ୍କା କରିବାର ଆଶା ଉଜ୍ଜୀବିତ ରହିଛି। ଏହି ମ୍ୟାଚ୍ ଜରିଆରେ ଟି୨୦ କ୍ୟାରିୟରରେ ରାହୁଲ ୮ ହଜାର ଓ ଶୁବମନ ୫ ହଜାର ରନ ପୂରଣ କରିଛନ୍ତି।
ପାଇ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୨୦ ଓଭରରେ ୩ ଉଇକେଟ ହରାଇ ୧୯୯ ରନ କରିଥିଲା। ଦଳ ପାଇଁ ରାହୁଲ ୬୫ ବଲରେ ଅପରାଜିତ ୧୧୨ ରନର ଶତକୀୟ ପାଳି ଖେଳିଥିଲେ। ଏହା ତାଙ୍କ ଆଇପିଏଲ୍ କ୍ୟାରିୟରର ପଞ୍ଚମ ଶତକ ଥିଲା। ତାଙ୍କ ଇନିଂସରେ ୧୪ ଚୌକା ଓ ୪ ଛକା ସାମିଲ ଥିଲା।
ଜବାବରେ ଅଧିନାୟକ ଗିଲ ଓ ସୁଦର୍ଶନ ଦଳକୁ ବିସ୍ଫୋରକ ଆରମ୍ଭ ପ୍ରଦାନ କରିଥିଲେ। ଦୁହେଁ ଅବିଭାଜିତ ପ୍ରଥମ ଉଇକେଟରେ ୨୦୫ ରନ କରି ଦଳକୁ ଜିତାଇଥିଲେ। ସୁଦର୍ଶନ ୬୧ ବଲରେ ୧୨ ଚୌକା ଓ ୪ ଛକା ୧୦୮ ରନ କରିଥିଲେ। ଏହା ତାଙ୍କ ଆଇପିଏଲ୍ କ୍ୟାରିୟରର ଦ୍ୱିତୀୟ ଶତକ ଥିଲା। ସେହିଭଳି ଗିଲ ୫୩ ବଲରେ ୩ ଚୌକା ଓ ୭ ଛକା ସହିତ ୯୩ ରନ କରି ଅପରାଜିତ ରହିଥିଲେ।