ଲଗାଣ ବର୍ଷାରେ ଧୋଇଲା ନିର୍ମାଣଧୀନ  ଗାର୍ଡୱାଲ, ରାସ୍ତା: ନିମ୍ମ ମାନର କାର୍ଯ୍ୟ ନେଇ…

ଦାରିଙ୍ଗବାଡି,୪।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଝିଞ୍ଜିରୀଗୁଡାଠାରୁ କାଟିଙ୍ଗିଆ ପଞ୍ଚାୟତ ମିଞ୍ଜାପାଙ୍କାକୁ ପକ୍କା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି ତେବେ ଚଳିତ ଲଘୁଚାପ ଜନିତ ବର୍ଷାରେ ନିର୍ମାଣଧୀନ ଗାଡଓ୍ବାଲ ଭାଙ୍ଗି ଯିବା ସହ ରାସ୍ତା କଡ଼ ଧୋଇହୋଇ ଯାଇଥିବା କାଟିଙ୍ଗିଆ ବାସିନ୍ଦା ଅଭିଯୋଗ କରିଛନ୍ତି ।ପୂର୍ବତନ ସରପଞ୍ଚ କପିଳାସ ମଲିକ ଏନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଶୀଘ୍ର ଏହାର ତଦନ୍ତ କରାଯିବାକୁ ଦାବି କରିଛନ୍ତି ।
ପ୍ରକାଶ ଯେ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଝିଞ୍ଜିରୀଗୁଡା ସମେତ କୁମ୍ଭାରୀଗାଁ, କାଟିଙ୍ଗିଆ ପଞ୍ଚାୟତ ସମେତ ଗଜପତି ଓ ରାୟଗଡା ଜିଲାର ବହୁ ଲୋକ ଉକ୍ତ ରାସ୍ତା ଉପରେ ନିର୍ଭର କରୁଛନ୍ତି । ତେବେ ରାଜ୍ୟସରକାର ଉକ୍ତ ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ଦେଇଛନ୍ତି। ତେବେ ଉକ୍ତ ରାସ୍ତା ସମ୍ପ୍ରସାରଣରେ ବିଳମ୍ବ ହେଉଥିବା ବେଳେ ନିମ୍ମ ମାନର କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ମୁଣ୍ଡ ଟେକିଛି ଶୀଘ୍ର ଉକ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସାରିବା ସହ ଉନ୍ନତମାନର କାର୍ଯ୍ୟ କରାଯିବାକୁ ଦାବି ହୋଇଛି।