ଚାନ୍ଦବାଲି,୮।୨(ଅଶୋକ ପଣ୍ଡା): ଭଦ୍ରକ ଜିଲାର ଧାମରା ନିକଟସ୍ଥ କଇଥଖୋଲା ଠାରେ ଥିବା ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠ ଗେଟ ଆଗରେ ସ୍ଥାନୀୟ ଅଭିଭାବକ ମାନେ ସମ୍ପୃକ୍ତ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ର ବଦଳି ଦାବିରେ ଧାରଣା ଦେଇଛନ୍ତି। ଚଳିତ ମାସ ୨୧ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏହି ବିଦ୍ୟାଳୟର ଦଶମମ ଶ୍ରେଣୀରେ ପଢ଼ୁଥିବା ୭୩ ଜଣ ଛାତ୍ରୀଛାତ୍ରଙ୍କୁ ୪୨ କିମି ଦୂର ବାସୁଦେବପୁର ବ୍ଲକ କରଞ୍ଜ ଆଡିଆ ନୋଡାଲ ହାଇସ୍କୁଲରେ ପରୀକ୍ଷା ଦେବେ ବୋଲି ଶିକ୍ଷା ବିଭାଗ ସ୍ଥିର କରିଛି। କେଉଁ ପରିସ୍ଥିତିରେ ଶିକ୍ଷା ବିଭାଗ ଏଭଳି ନୀତି ଆପଣାଇ ଛନ୍ତି ଏହାର ପ୍ରତିବାଦରେ ଦାମମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଆସି ବିଦ୍ୟାଳୟ ଗେଟ ଆଗରେ ଧାରଣାରେ ବସିଛନ୍ତି। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନିକଟରେ ଥିବା ବିଦ୍ୟାଳୟରେ ପରୀକ୍ଷା ଦେବାକୁ ଅନୁମତି ନ ମିଳିବା ପର୍ଯ୍ୟନ୍ତ ଏହି ଧାରଣା ଅବ୍ୟାହତ ରହିବ ବୋଲି ଅଭିଭାବକ ମାନେ ପ୍ରତିକ୍ରିୟା ରଖିଛନ୍ତି। ତୁରନ୍ତ ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।