ନୂଆଦିଲ୍ଲୀ,୫।୯: ନୂଆ ଜିଏସ୍ଟି ନେଇ କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଶସ୍ତା ହୋଇଛି ଦୁଇ ଚକିଆ ଯାନ। ଏମିତିରେ ଯଦି ଆପଣଙ୍କର Splender କିମ୍ବା Activa କିଣିବାର ଯୋଜନା ଅଛି ତେବେ ଆଜିର ଖବରଟି ଆପଣଙ୍କ ପାଇଁ। ଆସନ୍ତୁ ଜାଣିବା ଯେ ଏହି ଯାନଗୁଡ଼ିକ କେତେ ଟଙ୍କାରେ ବିକ୍ରି ହେଉଛି।
ଦିଲ୍ଲୀ ଏକ୍ସ ଶୋ’ ରୁମ୍ର ମୂଲ୍ୟ ଅନୁଯାୟୀ, ନୂଆ ଜିଏସ୍ଟି ଦର ଲାଗୁ ହେବା ପରେ ହିରୋ Splender ଏବଂ Activa ର ଦାମ୍ କିଛି ଏଭଳି। ପୂର୍ବରୁ ୨୮% ଜିଏସ୍ଟି ସହିତ ୯୯,୬୫୩ ଟଙ୍କା ଥିଲା । ବେସ ପ୍ରାଇସ ୯୯,୬୫୩/୧.୨୮= ୭୭,୮୫୫ ଟଙ୍କା ରହିଥିଲା। ଏବେ ନୂଆ ମୂଲ୍ୟ(୧୮% ଜିଏସ୍ଟି ସହ)=୭୭,୮୫୫*୧.୧୮ =୯୧,୮୭୦। ସଞ୍ଚୟ କରିବେ ୯୯,୬୫୩-୯୧,୮୭୦=୭,୭୮୩ ଟଙ୍କା। ତେବେ ହୋଣ୍ଡା Activa ୧୨୫ର ନୂଆ ମୂଲ୍ୟ ପ୍ରାୟ ୯୧,୮୭୦ ଟଙ୍କା ଅର୍ଥାତ ପ୍ରାୟ ୭,୭୮୩ ଟଙ୍କା ଶସ୍ତା ହେବ।
ସେହିଭଳି ହିରୋ Splender ପ୍ଲସର ବର୍ତ୍ତମାନ ମୂଲ୍ୟ(୨୮% ଜିଏସ୍ଟି ସହିତ) ୯୪,୨୪୨ ଟଙ୍କା ହୋଇଥିବା ବେଳେ ବେସ୍ ପ୍ରାଇସ୍ ୯୪,୨୪୨/୧.୨୮= ୭୩,୬୨୬ ଟଙ୍କା। ନୂଆ ମୂଲ୍ୟ(୧୮% ଜିଏସ୍ଟି ସହିତ)= ୭୩,୬୨୬* ୧.୧୮= ୮୬,୮୭୯ ଟଙ୍କା। ମୋଟ ସଞ୍ଚୟ ୯୪,୨୪୨-୮୬,୮୭୯=୭୮,୩୬୩ ଟଙ୍କା। ତେବେ ହିରୋ Splender Plus ର ନୂଆ ମୂଲ୍ୟ ପ୍ରାୟ ୮୬,୮୭୯ ଟଙ୍କା ଅର୍ଥାତ ପ୍ରାୟ ୭,୩୬୩ ଟଙ୍କା ଶସ୍ତା ହୋଇଛି।