GST ହାର କମାଇଲେ ସରକାର: ସମଗ୍ର ଦେଶରେ ଲାଗୁ ହେବ ୫% ଓ ୧୮% ସ୍ଲାବ

ନୂଆଦିଲ୍ଲୀ,୩।୯: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ୫୬ତମ ଜିଏସ୍‌ଟି କାଉନ୍ସିଲ୍‌ ବୈଠକରେ ଜିଏସ୍‌ଟି ହାର ସରଳୀକରଣକୁ ମଞ୍ଜୁର କରାଯାଇଛି। ୧୨% ୨୮% ସ୍ଲାବ୍‌କୁ ରଦ୍ଦ କରି କେବଳ ୫% ୧୮% ଦୁଇହାର ଟିକସ ଗଠନ ଲାଗୁ ହେବ। ଏହା ସହ ସୌଖୀନ ତମାଖୁ ଜାତୀୟ ସାମଗ୍ରୀ ପାଇଁ ୪୦% ‘ସିନ୍‌ ଟ୍ୟାକ୍ସ’ ସ୍ଲାବ୍‌ ପ୍ରବର୍ତ୍ତନ କରାଯାଇଛି। ନୂଆ ଗଠନ ୨୨ ସେପ୍ଟେମ୍ବର ୨୦୨୫ରୁ କାର୍ଯ୍ୟକାରୀ ହେବ।

ଅର୍ଥ ମନ୍ତ୍ରୀ ସୀତାରମଣ କହିଛନ୍ତି, “ଆମେ ସ୍ଲାବ୍‌ ସଂଖ୍ୟା ହ୍ରାସ କରିଛୁ। ଏବେ କେବଳ ଦୁଇଟି ସ୍ଲାବ୍‌ ରହିବ ଏବଂ କମ୍ପେନ୍ସେସନ୍‌ ସେସ୍‌ ସମସ୍ୟାର ସମାଧାନ କରାଯାଉଛି।”

ଏହି ପୁନର୍ଗଠନରେ କ୍ଷୀର, ପନୀର, ସ୍ନାକ୍ସ ଓ ରୁଟି ଭଳି ୧୭୫ଟି ଜନସାଧାରଣ ବ୍ୟବହାର୍ଯ୍ୟ ସାମଗ୍ରୀ ଶସ୍ତା ହେବ। ୧୨% ଟିକସ ଥିବା ୯୯% ସାମଗ୍ରୀ ଏବେ ୫% ସ୍ଲାବ୍‌ରେ ଏବଂ ୨୮% ଟିକସ ଥିବା ୯୦% ସାମଗ୍ରୀ ୧୮% ସ୍ଲାବ୍‌ରେ ସ୍ଥାନାନ୍ତରିତ ହେବ। ପାନ ମସଲା ଓ ତମାଖୁ ଭଳି ସୌଖୀନ ସାମଗ୍ରୀ ଉପରେ ୪୦% ‘ସିନ୍‌ ଟ୍ୟାକ୍ସ’ ଲାଗୁ ହେବ।

Share