କଟକ,୨୦।୧: ଚୌଦ୍ୱାର ଜେଲ ପୂର୍ବତନ ଜେଲର ଏବଂ ଅଧୀକ୍ଷକଙ୍କ କଳି ଏବେ ପଦାରେ ପଡିଛି। ଘଟଣାକୁ ନେଇ କ୍ୟାମେରା ଆଗରେ ଉତ୍ତର ରଖିଛନ୍ତି DIG ବୀରେନ ସାହୁ।
ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଉଭୟଙ୍କୁ ଏକ୍ସପ୍ଲାନେସନ ମଗାଯାଇଛି। ଘଟଣାକୁ ନେଇ ଗୃହ ବିଭାଗ ଉଦ୍ବେଗ ପ୍ରକାଶ କରିବା ସହ ରିପୋର୍ଟ ମାଗାଯାଇଛି।
ଏପରିକି ଜେଲରୁ କଏଦୀ ଚମ୍ପଟ ଏବଂ ନିଶାଦ୍ରବ୍ୟ ଚାଲାଣ ରୋକିବାକୁ AI କ୍ୟାମେରା ଲାଗିବ ବୋଲି ସେ କହିଛନ୍ତି। ଏପରିକି କଏଦୀ ଚମ୍ପଟ ପାଇଁ ଉଦ୍ୟମ କଲେ ଅଟୋମେଟିକ ଭାବେ ସାଇରନ ବାଜିବ ବୋଲି DIG ସାହୁ ଗଣମାଧ୍ୟମକୁ କହିଛନ୍ତି।