ଇସ୍ରାଏଲ୍‌ରେ ଗ୍ରେଟା ଥନ୍‌ବର୍ଗ ଗିରଫ

ଜେରୁଜେଲମ୍‌,୬ା୧୦: ସୁଇଡେନ୍‌ର ଜଳବାୟୁ କର୍ମୀ ଗ୍ରେଟା ଥନ୍‌ବର୍ଗଙ୍କୁ ଇସ୍ରାଏଲ୍‌ରେ ଗିରଫ କରାଯିବା ସହ ତାଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଗ୍ରେଟା ଓ ତାଙ୍କ ସହଯୋଗୀମାନେ ଏକ ବୋଟ୍‌ରେ ସହାୟତା ସାମଗ୍ରୀ ନେଇ ଗାଜା ଯାଇଥିଲେ। ସେମାନେ ସେଠାରୁ ତୁର୍କୀ ଅଭିମୁଖେ ବାହାରୁଥିବାବେଳେ ଇସ୍ରାଏଲ ସୈନ୍ୟ ଗ୍ରେଟା ଓ ଅନ୍ୟମାନଙ୍କୁ ଅଟକ ରଖିଥିଲେ। ଇସ୍ରାଏଲୀ ସୈନ୍ୟ ବୋଟ୍‌ଗୁଡ଼ିକୁ ଯାଞ୍ଚ କରିବା ସହ ୪୩୭ ଜଣ ଆକ୍ଟିଭିଷ୍ଟ, ସାଂସଦ ଓ ଆଇନଜୀବୀଙ୍କୁ ଗିରଫ କରିଛନ୍ତି। ସେମାନେ ଗ୍ରେଟାଙ୍କୁ ସଂକ୍ରମିତ ସେଲ୍‌ରେ ରଖିବା ସହ ଚୁଟିଧରି ଘୋଷାଡ଼ିଥିଲେ ଓ ଇସ୍ରାଏଲୀ ପତାକା ପିନ୍ଧିବାକୁ ବାଧ୍ୟ କରିଥିଲେ। ସେମାନଙ୍କ ଖାଦ୍ୟ ଏବଂ ଔଷଧକୁ ସୈନ୍ୟମାନେ ଜବତ କରିଛନ୍ତି।