Swedish environmental activist Greta Thunberg has declined a major environmental prize, saying that the "climate movement does not need any more awards."
ନୂଆଦିଲ୍ଲୀ,୪।୧: ଚାଷୀ ଆନ୍ଦୋଳନକୁ ସମର୍ଥନ କରି ପରିବେଶ କର୍ମୀ ଗ୍ରେଟା ଥନବର୍ଗଙ୍କ ଟୁଇଟକୁ ନେଇ ଦିଲ୍ଲୀ ପୋଲିସ ଆଇଟି ଆଇନ ଧାରା ୧୫୩ ଏ, ୧୨୦ବି ଅନୁଯାୟୀ ଏକ ମାମଲା ପଞ୍ଜିକୃତ କରିଥିବା ଖବର ମିଳିଥିଲା। ତେବେ ରୁଜୁ ହୋଇଥିବା ମାମଲାରେ ଗ୍ରେଟାଙ୍କ ନାଁ ନ ଥିବା ଦିଲ୍ଲୀ ପୋଲିସ କହିଛି। ସ୍ବତନ୍ତ୍ର କମିଶନର ପ୍ରବୀର ରଞ୍ଜନ କହିଛନ୍ତି ଯେ, ପୋଲିସ ପକ୍ଷରୁ ଦାୟର ହୋଇଥିବା ଏତଲାରେ କାହାର ନାମ ନାହିଁ। କେବଳ ‘ଟୁଲକିଟ’ ସୃଷ୍ଟିକର୍ତ୍ତାଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି। ଯାହା ଅନୁସନ୍ଧାନର ବିଷୟ ଏବଂ ଦିଲ୍ଲୀ ପୋଲିସ ଏହାର ତଦନ୍ତ କରିବ ବୋଲି ସେ କହିଛନ୍ତି।