ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଚିନ୍ନାରି.ରାଘବ ସୁବୁଦ୍ଧି ସନ୍ଧ୍ୟା ଭ୍ରମଣରେ ଯାଉଥିବାବେଳେ ଗାଁର ଶେଷ ମୁଣ୍ଡରେ ଜଣେ ହେଲିମେଟ ପିନ୍ଧିଥିବା ଅଚିହ୍ନା ବ୍ୟକ୍ତି ସ୍କୁଟି ରଖି ରାସ୍ତାକଡରେ ଠିଆ ହୋଇଥିଲେ। ଉକ୍ତ ବ୍ୟକ୍ତି ଜଣକ ରାଘବଙ୍କୁ ନମସ୍କାର କରି ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ। ପରେ ତାଙ୍କ ସହ ହ୍ୟାଣ୍ଡସେକ କରି ରାଘବଙ୍କ ଆଙ୍ଗୁଠିରୁ ସୁନାମୁଦିକୁ ଟାଣି ନେଇ ଆଖି ପିଛୁଳାକେ ସ୍କୁଟି ଚଳାଇ ଚିକିଟି ରାସ୍ତାରେ ଚମ୍ପଟ ମାରିଥିଲେ। ରାଘବ ଦିଗପହଣ୍ଡି ଥାନାରେ ପହଞ୍ଚି ଏନେଇ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି କିଶୋର ସାମଲ ମାମଲା ନଂ.୯୩/୨୬ ଭାରତୀୟ ନ୍ୟାୟ ସଂହିତାର ଦଫା – ୩୨୪(୪) ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି। ତଦନ୍ତକାରୀ ଅଧିକାରୀ ଏଏସଆଇ ଦିଲ୍ଲୀପ ଗୋରଡ଼ା ଏହି ଛିନତାଇ ଘଟଣାର ତଦନ୍ତ ଚଳାଇଛନ୍ତି।