SYDNEY, AUSTRALIA - DECEMBER 07: Cameron Green of Australia A bats during day two of the three-day tour match between Australia A and India A at Drummoyne Oval on December 07, 2020 in Sydney, Australia. (Photo by Mark Metcalfe/Getty Images)
ସିଡ୍ନୀ, ୮।୧୨-କାମେରନ ଗ୍ରୀନ୍ଙ୍କ ଅପରାଜିତ ଶତକ ସହାୟତାରେ ଅଷ୍ଟ୍ରେଲିଆ ‘ଏ’ ଏଠାରେ ଚାଲିଥିବା ଭାରତ ‘ଏ’ ବିପକ୍ଷ ଓ୍ବାର୍ମଅପ୍ ମ୍ୟାଚରେ ୩୯ ରନରେ ଅଗ୍ରଣୀଲାଭ କରିଛି। ଭାରତ ଏହାର ପ୍ରଥମ ଇନିଂସକୁ ୨୪୭/୯ରେ ଘୋଷଣା କରିଥିବାବେଳେ ସୋମବାର ଦ୍ୱିତୀୟ ଦିବସ ଶେଷସୁଦ୍ଧା ଅଷ୍ଟ୍ରେଲିଆ ‘ଏ’ ୮ ଉଇକେଟ ହରାଇ ୨୮୬ ରନ ସ୍କୋର କରିଛି। ୧୭୩ଟି ବଲ୍ ଖେଳିଥିବା ଗ୍ରୀନ୍ ୧୧୪ ରନରେ ଅପରାଜିତ ଅଛନ୍ତି।
ଭାରତର ଉମେଶ ଯାଦବ ପ୍ରଭାବୀ ବୋଲିଂ କରି ଅଷ୍ଟ୍ରେଲିଆ ‘ଏ’ର ଦୁଇ ଓପନର ଓ୍ବିଲ୍ ପୁକୋଭସ୍କି (୧) ଏବଂ ଜୋ ବନର୍ସ(୪)ଙ୍କୁ ମାତ୍ର ୫ ରନ ମଧ୍ୟରେ ପ୍ୟାଭିଲିୟନ ପଠାଇ ଭାରତୀୟ ଶିବିରରେ ଉତ୍ସାହ ଭରିଥିଲେ। ମାର୍କୁସ ହାରିସଙ୍କ ୩୫, ଟିମ୍ ପେନ୍ଙ୍କ ୪୪ ଏବଂ ମାଇକେଲ ନେସରଙ୍କ ୩୩ ରନ ସହାୟତାରେ ଅଷ୍ଟ୍ରେଲିଆ ‘ଏ’ ସମ୍ମାନଜନକ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଭାରତୀୟ ବୋଲରଙ୍କ ମଧ୍ୟରେ ଉମେଶ ସର୍ବାଧିକ ୩ଟି ଏବଂ ମହମ୍ମଦ ସିରାଜ ଓ ରବିଚନ୍ଦ୍ରନ ଅଶ୍ୱିନ ୨ଟି ଲେଖାଏ ଉଇକେଟ ନେଇଥିଲେ। ଭାରତ ‘ଏ’ ଏହାର ପୂର୍ବଦିନର ସ୍କୋର ୨୩୭/୮ରେ ଆଉ ୧୦ ରନ ଯୋଡ଼ିବା ସହ ୧ ଉଇକେଟ ହରାଇବାରୁ ଇନିଂସ ଘୋଷଣା କରିଥିଲା।