ଗ୍ରୀନ୍ ହିରୋଜ ସମିଟ୍: ପରିବେଶବିତ୍‌ମାନେ କହିଲେ…

ଭୁବନେଶ୍ୱର,୨୩।୧୧: ଆରମ୍ଭ ହୋଇଯାଇଛି ଧରିତ୍ରୀ ୟୁଥ୍‌ କନକ୍ଲେଭ ୨୦୨୫। ଧରିତ୍ରୀ ଯୁବ ସମ୍ମିଳନୀର ପଞ୍ଚମ ସଂସ୍କରଣର ପ୍ରଥମ ଦିନ ଭୁବନେଶ୍ୱରର ପ୍ରେସ୍‌ କ୍ଲବରେ ଅନୁଷ୍ଠିତ ହୋଇଛି। ୟୁଥ୍‌ କନକ୍ଲେଭର ପ୍ରଥମ ଅଧିବେଶନ ଗ୍ରୀନ ହିରୋଜ ସମିଟରେ ଜଳବାୟୁ ପରିବର୍ତ୍ତନ ଉପରେ ନିଜ ଅଭିଭାଷଣ ରଖି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ।

ଗ୍ରୀନ ହିରୋ ସମିଟ୍‌ କାର୍ଯ୍ୟକ୍ରମରେ ପୂର୍ବତନ ପିସିସିଏଫ ଏବଂ ଓଡ଼ିଶାର ଲୋକାୟୁକ୍ତର ସଦସ୍ୟ ଡକ୍ଟର ଦେବବ୍ରତ ସ୍ବାଇଁ, କୋଷ୍ଟାଲ କନଜରଭେଶନାଲିଷ୍ଟ ସୌମ୍ୟରଞ୍ଜନ ବିଶ୍ୱାଳ, ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ସିଇଓ ଆଦ୍ୟାଶା ସତପଥୀ ସାମିଲ ଅଛନ୍ତି। ଏଥିସହ ପରିବେଶବିତ୍‌ ତଥା ଭାରତୀୟ ପରିବେଶବିତ୍‌ ଫାଉଣ୍ଡେସନର ପ୍ରତିଷ୍ଠାତା ଅରୁଣ କ୍ରିଷ୍ଣମୂର୍ତ୍ତି ମଧ୍ୟ ଯୋଗ ଦେଇଛନ୍ତି। ଡକ୍ଟର ଦେବବ୍ରତ ସ୍ୱାଇଁ ସମସ୍ତ ଧରିତ୍ରୀ ଗ୍ରୀନ ହିରୋ ସମିଟ୍‌ ଆବେଦନକାରୀଙ୍କୁ ପରିବେଶ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ପାଇଁ ପ୍ରଶଂସା କରିଥିଲେ ଏବଂ ସେମାନଙ୍କୁ “Green Catalysts” ବୋଲି କହିଥିଲେ। ସେ Dharitri Climate Grant ଜୁରୀ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ସମ୍ପାଦକ ତଥାଗତ ସତପଥୀ ଏବଂ  ସିଇଓ ଆଦ୍ୟାଶା ସତପଥୀଙ୍କୁ ସବୁଜ ପରିବେଶକୁ ପ୍ରୋତ୍ସାହିତ କରିବାରେ ସେମାନଙ୍କର ଉତ୍ସର୍ଗୀକୃତ ପ୍ରୟାସ ପାଇଁ ପ୍ରଶଂସା କରିଥିଲେ।

ଗ୍ରୀନ ହିରୋଜ ସମିଟ୍‌ରେ ପରିବେଶବିତ୍‌ମାନେ କହିଛନ୍ତି, କିପରି ତୁରନ୍ତ ଏବଂ ସାମୂହିକ କାର୍ଯ୍ୟ ଆମ ପୃଥିବୀର ଭବିଷ୍ୟତକୁ ପରିବର୍ତ୍ତନ କରିପାରିବି। ଆଜିର ସେସନ୍‌ ପରିବେଶବିତ୍‌ ଏବଂ ଉତ୍ସାହୀ ନାଗରିକମାନଙ୍କୁ ଏକାଠି କରୁଛି ଯେଉଁମାନେ ବିଶ୍ୱାସ କରନ୍ତି ଯେ ପରିବର୍ତ୍ତନ ସଚେତନତା ସହିତ ଆରମ୍ଭ ହୁଏ ଏବଂ ପ୍ରତିବଦ୍ଧତା ସହିତ ବୃଦ୍ଧି ପାଏ।

Share