Green Heroes Summit 2025: ଧନ୍ୟବାଦ ଜଣାଇଲେ ସିଇଓ ଆଦ୍ୟାଶା ସତପଥୀ

ଭୁବନେଶ୍ୱର,୨୩।୧୧: ଆରମ୍ଭ ହୋଇଯାଇଛି ଧରିତ୍ରୀ ୟୁଥ କନକ୍ଲେଭ ୨୦୨୫। ଧରିତ୍ରୀ ଯୁବ ସମ୍ମିଳନୀର ପଞ୍ଚମ ସଂସ୍କରଣର ପ୍ରଥମ ଦିନ ଭୁବନେଶ୍ୱରର ପ୍ରେସ କ୍ଲବରେ ଅନୁଷ୍ଠିତ ହୋଇଛି। ୟୁଥ କନକ୍ଲେଭର ପ୍ରଥମ ଅଧିବେଶନ ଗ୍ରୀନ ହିରୋଜ ସମିଟରେ ଜଳବାୟୁ ପରିବର୍ତ୍ତନ ଉପରେ ନିଜ ଅଭିଭାଷଣ ରଖି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ।

ଏଥିସହ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ସିଇଓ ଆଦ୍ୟାଶା ସତପଥୀ ଗ୍ରୀନ ହିରୋସ ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ସମସ୍ତ ପରିବେଶବିତ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଜଳବାୟୁ ଯୋଦ୍ଧାମାନଙ୍କ ଆଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଧରିତ୍ରୀ ଟିମ୍‌ ସହିତ ପରିବାର ପରି ମିଶୁଥିବାର ଦେଖି ଆନନ୍ଦ ପ୍ରକାଶ କରିଥିଲେ।

 

ବିଭିନ୍ନ ସ୍ଥାନରୁ ଆସିଥିବା ସମସ୍ତଙ୍କୁ ଧନ୍ୟବାଦ। ବର୍ଷ ବର୍ଷ ଧରି ପରିବେଶକୁ ନେଇ ଯୋଡି ହୋଇଆସିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତେ ଗୋଟିଏ ପରିବାର ଭଳି ଯୋଡି ହୋଇ ଅଛନ୍ତି। ସମସ୍ତଙ୍କର ପରିବେଶ ପାଇଁ କାମ କରିବାର ଉତ୍ସାହ ଅଛି, ଯାହାକି ସମାଜ ପାଇଁ ଶୁଭଙ୍କର ଅଟେ। ସମସ୍ତେ ପରସ୍ପରକୁ ଜାଣନ୍ତୁ, ବୁଝନ୍ତୁ ଓ ମିଶିକି କାର୍ଯ୍ୟ କରନ୍ତୁ। ମୋର ଆଶା ପରସ୍ପରକୁ ସାହାଯ୍ୟ କରିବେ। ଆଜି ନେଟୱର୍କରୁ net worth ବଢିବାର ଦିନ। ସମସ୍ତେ ନିଜ ନିଜ ଭିତରେ ପରିଚୟ ହୁଅନ୍ତୁ। ଯେଉଁମାନେ ନିଜ ଅଭିଜ୍ଞତା ବଢ଼ାଉଛନ୍ତି ଅନ୍ୟକୁ ଶିଖାଇବା ନିହାତି ଆବଶ୍ୟକ। ଆପଣଙ୍କ ଭିତରେ compitaion ବଢାଇବା ପାଇଁ ଏହି ଗ୍ରାଣ୍ଟ ଉଦ୍ଦେଶ୍ୟ ନୁହେଁ, ପରିବେଶ ପାଇଁ ମିଳିମିଶି କାର୍ଯ୍ୟ କରିବା ଆମର ଲକ୍ଷ୍ୟ। କିଛି ଚାକିରି କରି କିି ପରିବେଶ ପାଇଁ କାମ କରୁଛନ୍ତି। ଯାହାକି ଭଲ କଥା।
ଆମେ ପରିବେଶ ପାଇଁ କାମ କରି ପର ପିଢିକୁ ସାହାଯ୍ୟ କରିପାରିବା ବୋଲି ଆଦ୍ୟାଶା ସତପଥୀ କହିଛନ୍ତି।

ଗ୍ରୀନ ହିରୋ ସମିଟ କାର୍ଯ୍ୟକ୍ରମରେ ପୂର୍ବତନ ପିସିସିଏଫ ଏବଂ ଓଡ଼ିଶାର ଲୋକାୟୁକ୍ତର ସଦସ୍ୟ ଡକ୍ଟର ଦେବବ୍ରତ ସ୍ବାଇଁ, କୋଷ୍ଟାଲ କନଜରଭେଶନାଲିଷ୍ଟ ସୌମ୍ୟରଞ୍ଜନ ବିଶ୍ୱାଳ, ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ସିଇଓ ଆଦ୍ୟାଶା ସତପଥୀ ସାମିଲ ଅଛନ୍ତି। ଏଥିସହ ପରିବେଶବିତ୍ ତଥା ଭାରତୀୟ ପରିବେଶବିତ ଫାଉଣ୍ଡେସନର ପ୍ରତିଷ୍ଠାତା ଅରୁଣ କ୍ରିଷ୍ଣମୂର୍ତ୍ତି ମଧ୍ୟ ଯୋଗ ଦେଇଛନ୍ତି। ଡକ୍ଟର ଦେବବ୍ରତ ସୱାଇଁ ସମସ୍ତ ଧରିତ୍ରୀ ଗ୍ରୀନ ହିରୋ ସମିଟ ଆବେଦନକାରୀଙ୍କୁ ପରିବେଶ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ପାଇଁ ପ୍ରଶଂସା କରିଥିଲେ ଏବଂ ସେମାନଙ୍କୁ “Green Catalysts” ବୋଲି କହିଥିଲେ। ସେ Dharitri Climate Grant ଜୁରୀ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ସମ୍ପାଦକ ତଥାଗତ ସତପଥୀ ଏବଂ ସିଇଓ ଆଦ୍ୟାଶା ସତପଥୀଙ୍କୁ ସବୁଜ ପରିବେଶକୁ ପ୍ରୋତ୍ସାହିତ କରିବାରେ ସେମାନଙ୍କର ଉତ୍ସର୍ଗୀକୃତ ପ୍ରୟାସ ପାଇଁ ପ୍ରଶଂସା କରିଥିଲେ।

Share