ଧାନ ବିକ୍ରି ସମସ୍ୟା: ମାର୍ଗଦର୍ଶିକା ସର୍ତ୍ତାବଳୀରେ କୋହଳ କରିବେ ସରକାର

ଭୁବନେଶ୍ୱର,୨୨।୭: ଚାଷୀଙ୍କ ଧାନ ବିକ୍ରି ନେଇ ମଙ୍ଗଳବାର ଲୋକ ସେବା ଭବନରେ ଏକ ବଡ଼ ବୈଠକ ହୋଇଛି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବୈଠକରେ ଯୋଗଦେଇ ବିଭାଗୀୟ ଅଧିକାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି।

ଚାଷୀଙ୍କ ଧାନ ବିକ୍ରି ସମସ୍ୟା କିପରି ସମାଧାନ ହୋଇପାରିବ ସେନେଇ ବୈଠକରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି। ଏପରିକି ଧାନ ବିକ୍ରି ପଞ୍ଜୀକରଣ ସମସ୍ୟାର ସମାଧାନ ନେଇ ବିଚାର ବିମର୍ଶ କରାଯାଇଛି। ସରକାର ଧାନ କିଣା ମାର୍ଗଦର୍ଶିକା ଏବଂ ସର୍ତ୍ତାବଳୀରେ କୋହଳ କରିପାରନ୍ତି ବୋଲି ଏକ ବଡ଼ ସୂଚନା ମିଳିଛି।