Categories: Home Leftଖେଳ

ଭାରତରେ ଚମକିବେ ଇଂଲଣ୍ଡର ଏହି ସ୍ପିନର, ବଲ୍‌କୁ ଖେଳି ପାରିବେନି ଭାରତୀୟ ଖେଳାଳି :ସ୍ବାନ୍‌

ଲଣ୍ଡନ,୨୪।୧: ଫେବୃୟାରୀ ୫ରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌। ଏହାପୂର୍ବରୁ ଇଂଲଣ୍ଡର ପୂର୍ବ ଅଫ୍‌ ସ୍ପିନର ଗ୍ରିମ୍‌ ସ୍ବାନ ଦଳର ଜ୍ୟାକ୍‌ ଲିଚ୍‌ ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି। ସ୍ପିନରମାନଙ୍କୁ ପ୍ରସ୍ତୁତ ରହିବାକୁ ହେବ। ତେବେ ଜ୍ୟାକ୍‌ ଏହି ଗସ୍ତରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ବୋଲି ସେ ଭାବୁଥିବା କହିଛନ୍ତି।

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ବିଜୟରେ ଲିଚ୍‌ ଏବଂ ଡୋମ୍‌ଙ୍କ ଯୋଡି ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ହେଲେ ଦ୍ୱିତୀୟ ଟେଷ୍ଟର ପ୍ରଥମ ପାଳିରେ ତାଙ୍କୁ ଗୋଟିଏ ବି ଉଇକେଟ ମିଳି ନ ଥିଲା। ସ୍ବାନ୍‌ ୨୫୫ ଟେଷ୍ଟ ଉଇକେଟ ନେଇଥିବା ବେଳେ ୬୦ ଉଇକେଟ ଭାରତ, ଶ୍ରୀଲଙ୍କା ଏବଂ ବାଂଲାଦେଶରେ ନେଇଛନ୍ତି। ଉପମହାଦ୍ୱିପରେ ସଫଳ ହେବାକୁ ହେଲେ କ’ଣ କରିବାକୁ ହେବ ଲିଚ୍‌ ଜାଣିଥିବା ସ୍ବାନ୍‌ କହିଛନ୍ତି।

ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବହୁତ ଧୌର୍ଯ୍ୟର ସହ ଖେଳନ୍ତି। ଏଣୁ ସଂଯମତାର ସହ ବୋଲିଂ କଲେ ଉଇକେଟ ନିଶ୍ଚିତ ମିଳିବ। ହେଲେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ହେବ। ଏଣୁ ଲୟ ବିଗିଡ଼ିଯାଇପାରେ। ଜ୍ୟାକ୍‌ଙ୍କୁ ସିଧା ବଲ୍‌ ପକାଇବାକୁ ହେବ। ସେ ଏଭଳି କରିପାରିଲେ ସଫଳ ହେବେ ବୋଲି ମଧ୍ୟ ସେ କହିଛନ୍ତି।