Govinda Divorce News: ଛାଡପତ୍ର ଖବର ଉପରେ ଆସିଲା ଗୋବିନ୍ଦାଙ୍କ ପ୍ରତିକ୍ରିୟା, କହିଲେ…

ମୁମ୍ବାଇ,୨୬।୨: ଅଭିନେତା ଗୋବିନ୍ଦା ୧୯୮୭ରେ ସୁନିତା ଆହୁଜାଙ୍କୁ ବିବାହ କରିଥିଲେ। ଉଭୟଙ୍କ ପ୍ରେମ ଜୀବନ ବହୁତ ଫିଲ୍ମୀ। ପ୍ରଶଂସକମାନେ ଏହି ଯୋଡ଼ିକୁ ବହୁତ ପସନ୍ଦ କରନ୍ତି। ସେମାନଙ୍କର ସମ୍ପର୍କ ଏବେ ବି ଆଲୋଚନାରେ ରହିଛି। ହେଲେ, ଏବେ ଖବର ଆସୁଛି ଯେ ଉଭୟଙ୍କ ବିବାହ ଭଲ ଚାଲିନାହିଁ। ଦୁହେଁ ଖୁବ ଶୀଘ୍ର ଛାଡପତ୍ର ନେବାକୁ ଯାଉଛନ୍ତି। ଖବର ଅଛି ଯେ ଗୋବିନ୍ଦାଙ୍କର ଜଣେ ୩୦ ବର୍ଷୀୟ ମରାଠୀ ଅଭିନେତ୍ରୀଙ୍କ ସହ ସମ୍ପର୍କ ଅଛି।

ଏହି ସବୁ ଖବର ମଧ୍ୟରେ, ଏବେ ଗୋବିନ୍ଦାଙ୍କ ପରିବାର ପକ୍ଷରୁ ଏକ ପ୍ରତିକ୍ରିୟା ଆସିଛି। ଗୋବିନ୍ଦାଙ୍କ ପରିବାରର ଏକ ନିକଟତର ସୂତ୍ରକୁ ଉଦ୍ଧୃତ କରି କହିଛନ୍ତି ଯେ, ସୁନୀତା କିଛି ମାସ ପୂର୍ବରୁ ଏକ ସେପାରେଶନ ନୋଟିସ ପଠାଇଥିଲେ।

ଯେତେବେଳେ ଗୋବିନ୍ଦାଙ୍କ ସହିତ ଏ ବିଷୟରେ କଥାବାର୍ତ୍ତା କରାଯାଇଥିଲା, ସେ କହିଥିଲେ ବର୍ତ୍ତମାନ କେବଳ ବ୍ୟବସାୟ ବିଷୟରେ ଆଲୋଚନା ଚାଲିଛି… ମୁଁ ମୋର ଫିଲ୍ମ ଆରମ୍ଭ କରିବାକୁ ଯାଉଛି। ଅନ୍ୟପକ୍ଷରେ, ସୁନିତା ଏପର୍ଯ୍ୟନ୍ତ ଏହି ଖବର ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

ଏହା ବ୍ୟତୀତ, ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା କହିଛନ୍ତି, କିଛି ପରିବାର ସଦସ୍ୟ କିଛି ବୟାନ ଦେଇଥିଲେ ଯାହା ଯୋଗୁ ଗୋବିନ୍ଦା ଏବଂ ସୁନୀତାଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। ଏହାଠାରୁ ଅଧିକ କିଛି ନାହିଁ। ଗୋବିନ୍ଦା ଏକ ଫିଲ୍ମ ଆରମ୍ଭ କରିବାକୁ ଯାଉଛନ୍ତି, ଯାହା ପାଇଁ କଳାକାରମାନେ ଆମ କାର୍ଯ୍ୟାଳୟକୁ ଆସୁଛନ୍ତି। ଆମେ ଏହାକୁ ସମାଧାନ କରିବାକୁ ଚେଷ୍ଟା କରୁଛୁ।