ଉତ୍ସର୍ଗିକୃତ କାର୍ଯ୍ୟ ପାଁଇ ମିଳିଲା  ରାଜ୍ୟପାଳ ପଦକ

କେନ୍ଦୁଝର,୨୭।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୋଲିସରର ହାଟଡିହି କୋର୍ଟରେ କାର୍ଯ୍ୟରତ  ଚିତ୍ତରଞ୍ଜନ ସାହୁ, କ/୩୭୧ ପୋଲିସ ବିଭାଗରେ କଠିନ ପରିଶ୍ରମ, ବୃତ୍ତିଗତ ଦକ୍ଷତା ଉତ୍ସର୍ଗିକୃତ କାର୍ଯ୍ୟ ପାଇଁ ଗଣତନ୍ତ୍ର ଦିବସ ଉପଲକ୍ଷେ ମାନ୍ୟବର ରାଜ୍ୟପାଳଙ୍କଠାରୁ ରାଜ୍ୟପାଳ ପଦକ ପାଇଛନ୍ତି ।
ସେ ୧୯୭୭ ମସିହାରେ ପୋଲିସ ବିଭାଗରେ ନିଯୁକ୍ତ ହୋଇଥିଲେ। ତାଙ୍କର ୨୭ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଜଲାରେ ଅବସ୍ଥାପିତ ହୋଇ ବିଭିନ୍ନ ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କୁ ଗିରଫ କରାଇବା, ସୂଚନା ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରିବା, ତଦନ୍ତ ପ୍ରକ୍ରିୟାରେ ସାହାଯ୍ୟ କରିବା ଇତ୍ୟାଦି ଦୃଷ୍ଟାନ୍ତମୂଳକ କାର୍ଯ୍ୟକରିଛନ୍ତି। ସାହୁ ନିଜର ବୃତ୍ତିଗତ ଦକ୍ଷତା ଓ ଉତ୍ତମ କାର୍ଯ୍ୟ ସମ୍ପାଦନା ପାଇଁ ପୂର୍ବରୁ ଅନେକ ଥର ଅର୍ଥ ପୁରସ୍କାର, ପ୍ରଶଂସା ପତ୍ର ଓ ଭଲ ସେବା ପାଇଁ ଅନେକଥର ସମ୍ମାନୀତ ହୋଇଛନ୍ତି। ସାହୁଙ୍କର ଉତ୍ତମକାର୍ଯ୍ୟ ଦକ୍ଷତା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ତାଙ୍କ କର୍ତ୍ୟବ୍ୟନିଷ୍ଠା ଓ ସାଧୁତା ସୀକୃତି ସ୍ବରୂପ ରାଜ୍ୟପାଳ ପଦକ ସହ ମାନପତ୍ରରେ ସମ୍ମାନିତ କରାଯାଇଅଛି।

Share