ଭୁବନେଶ୍ୱର/ନୂଆଦିଲ୍ଲୀ,୨୬।୫: ମାଓବାଦୀ ବିରୋଧରେ ଭାରତର ଯୁଦ୍ଧ ନୂଆ ନୁହେଁ। ଦଶନ୍ଧି ଧରି ଦେଶର ଏକ ବଡ଼ ଅଂଶ ମାଓବାଦୀଙ୍କ ଆତଙ୍କର ଛାୟାରେ ରହିଛି। ହଜାର ହଜାର ନିରୀହ ସାଧାରଣ ନାଗରିକ, ସୁରକ୍ଷା କର୍ମୀ ଏବଂ ଜନପ୍ରତିନିଧି ମାଓବାଦୀଙ୍କ ଶିକାର ହୋଇଛନ୍ତି।
ଏଭଳିସ୍ଥିତିରେ କେନ୍ଦ୍ର ସରକାର ମାଓବାଦୀ ମୁକାବିଳା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ବାମପନ୍ଥୀ ଉଗ୍ରବାଦକୁ ଏକ ଗମ୍ଭୀର ଆଭ୍ୟନ୍ତରୀଣ ବିପଦ ଭାବେ ସ୍ବୀକାର କରିଛନ୍ତି। ବାମପନ୍ଥୀ ଉଗ୍ରବାଦ(LWE)କୁ ମୁକାବିଲା କରିବା ପାଇଁ ଭାରତର ପ୍ରୟାସ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଏକ ନିର୍ଣ୍ଣାୟକ ମୋଡ଼ ନେଇଛି।
୨୦୦୪ ଏବଂ ୨୦୧୪ ମଧ୍ୟରେ, କଂଗ୍ରେସ ନେତୃତ୍ୱାଧୀନ UPA ମେଣ୍ଟ ସୁରକ୍ଷା ଏବଂ ବିକାଶ କାର୍ଯ୍ୟକ୍ରମକୁ ମିଶ୍ରଣ କରି ସମନ୍ବିତ କାର୍ଯ୍ୟ ଯୋଜନା ଏବଂ ଅପରେଶନ ଗ୍ରୀନ୍ ହଣ୍ଟ ଭଳି ପଦକ୍ଷେପ ନେଇଥିଲେ। ଏହି ପଦକ୍ଷେପଗୁଡ଼ିକୁ ସଠିକ୍ ବିବେଚନା କରାଯାଇଥିଲେ ମଧ୍ୟ, କାର୍ଯ୍ୟାନ୍ବୟନରେ ତ୍ରୁଟି, ବିଶେଷକରି ଗୋଇନ୍ଦା ସମନ୍ବୟନ ଏବଂ କାର୍ଯ୍ୟକ୍ଷମ ସ୍ଥିରତାରେ, ସାମଗ୍ରିକ ପ୍ରଭାବକୁ ସୀମିତ କରିଥିଲା।
ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧିନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(NDA) ସରକାର ଅଧିକ ଦୃଢ଼ ଏବଂ ସମନ୍ବିତ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସାଟେଲାଇଟ ଚିତ୍ର, ଡ୍ରୋନ ନିରୀକ୍ଷଣ ମାଓବାଦୀ ଭିତ୍ତିଭୂମିକୁ ଭାଙ୍ଗିବା ଉପରେ ଧ୍ୟାନ ଦେଇଛନ୍ତି। ସରକାର ସର୍ତ୍ତମୂଳକ କାର୍ଯ୍ୟ ନୀତି ବଜାୟ ରଖିଛନ୍ତି। ଯେକୌଣସି ଆଲୋଚନା ବିଚାର କରାଯିବା ପୂର୍ବରୁ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରୁଛି। ଏପରିକି ଦିନକୁ ଦିନ ମାଓବାଦୀଙ୍କ ଗଡ଼ ଭୁଶୁଡୁବାରେ ଲାଗିଛି।
ସୁରକ୍ଷା ଅଭିଯାନ ସହିତ, ସଂଯୋଗ ଏବଂ ଶାସନକୁ ଉନ୍ନତ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଏବଂ ଭାରତମାଳା ପରିଯୋଜନା ଭଳି ବିକାଶ ଯୋଜନାଗୁଡ଼ିକୁ ଦୂରଦୂରାନ୍ତ ଆଦିବାସୀ ଅଞ୍ଚଳଗୁଡ଼ିକୁ ବିସ୍ତାର କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଏକଦା ସାର୍ବଜନୀନ ସେବାରୁ ବିଚ୍ଛିନ୍ନ ହୋଇଥିବା ଅଞ୍ଚଳଗୁଡ଼ିକରେ ଶିକ୍ଷା, ସ୍ବାସ୍ଥ୍ୟସେବା ଏବଂ ଆର୍ଥିକ ସୁଯୋଗର ପ୍ରବେଶକୁ ବିସ୍ତାର କରିଛି। ସରକାରଙ୍କ ପୁନର୍ବାସ ନୀତି ମଧ୍ୟ ବୃତ୍ତିଗତ ତାଲିମ ଏବଂ ଆର୍ଥିକ ସହାୟତା ମାଧ୍ୟମରେ ଅନେକ ମାଓବାଦୀ ସଙ୍ଗଠନ ଛାଡି ପୋଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି।