ସରକାରଙ୍କ ବଡ ଘୋଷଣା: ଦଶମ ଛାତ୍ରୀଛାତ୍ରଙ୍କୁ ଦେଲେ ଖୁସି ଖବର, ପରୀକ୍ଷା ପାଇଁ କରିପାରିବେ ମାଗଣା ବସ୍‌ଯାତ୍ରା

ନୂଆଦିଲ୍ଲୀ,୨୯।୨: ଛାତ୍ରାଛାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ବସରେ ଗଲେ ଦେବାକୁ ପଡ଼ିବନି ବସ ଭଡ଼ା। ପରୀକ୍ଷା କେନ୍ଦ୍ରକୁ ଏଥର ମାଗଣାରେ ଯାତ୍ରା କରିପାରିବେ। କିଛି ଛାତ୍ରୀଛାତ୍ରଙ୍କର ଗାଁଠାରୁ ବହୁ ଦୂରରେ ପରୀକ୍ଷା କେନ୍ଦ୍ର ପଡ଼ିିଛି । ଏଥିପାଇଁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ହଲ୍‌ରେ ପଡଞ୍ଚିବାକୁ ବହୁ ହଇରାଣ ହରକତ ହେବାକୁ ପଡୁଛି। ଏହାରି ଭିତରେ ଆରଟିସି ଅଧିକାରୀମାନେ ଛାତ୍ରୀଛାତ୍ରଙ୍କୁ ଖୁସି ଖବର ଦେଇଛନ୍ତି ।

ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପରୀକ୍ଷାକୁ ଧ୍ୟାନରେ ରଖି ସ୍ବତନ୍ତ୍ର ବସ ବ୍ୟବସ୍ଥା କରାଯାଇଛି। ପରିବହନ ଯୋଗୁଁ ଯେପରି କୌଣସି ପରୀକ୍ଷାର୍ଥୀ ବିଳମ୍ବ ନ ହୁଅନ୍ତି ସେ ବ୍ୟବସ୍ଥା କରାଯାଇଛି । ଏଥିରେ ଛାତ୍ରୀଛାତ୍ର ମାଗଣାରେ ଯାତ୍ର କରିବାର ସୁବିଧା ରହିଛି । ଏଥିପାଇଁ ପିଲାଙ୍କୁ ପରୀକ୍ଷାର ଅଧ ଘଣ୍ଟା ପୂର୍ବରୁ ନିକଟତମ ବସଷ୍ଟାଣ୍ଡକୁ ଯିବାକୁ ପଡିବ। ପରେ ବସ୍‌ ଆସି ତାଙ୍କୁ ତୁରନ୍ତ ପରୀକ୍ଷା କେନ୍ଦ୍ରରେ ଛାଡି ଦେବ। ସବୁ ଛାତ୍ରୀଛାତ୍ର ଏହି ସୁଯୋଗର ଲାଭ ଉଠାଇ ପାରିବାର ସୁବିଧା ରହିଛି। ଆନ୍ଧ୍ରପ୍ରଦେଶର ନନ୍ଦିକୋଟକୁ ନିର୍ବାଚନମଣ୍ଡଳୀରେ ଏଥିପାଇଁ ୨୫ଟି ବସ ଚଳାଚଳ କରିବ। । ପରୀକ୍ଷାର୍ଥୀମାନେ ଏବେ ସହଜରେ ସଠିକ୍‌ ସମୟରେ ପରୀକ୍ଷା ହଲ୍‌ରେ ପହଞ୍ଚି ପାରିବେ।