ଭୁବନେଶ୍ୱର,୨୪।୬: ରାଜ୍ୟରେ ରାଇସ ମିଲ୍ ଓ ଚାଉଳ ରପ୍ତାନୀକୁ ନେଇ ମଙ୍ଗଳବାର ଯୋଗାଣ ମନ୍ତ୍ରୀଙ୍କ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି। ମିଲ୍ ଅଭାବରୁ ଧାନ ଉଠାଇବାରେ ଅସୁବିଧା ହେଉଥିବା ସେ କହିଛନ୍ତି।
ରାଜ୍ୟରେ ଆହୁରି ୪ଶହରୁ ୫ଶହ ରାଇସ ମିଲ୍ର ଆବଶ୍ୟକତା ରହିଛି। ବର୍ତ୍ତମାନ ରାଜ୍ୟରେ ୧୪୦୦ ରାଇସ୍ ମିଲ୍ ରହିଛି। ନୂଆ ମିଲ୍ ଖୋଲିଲେ ସରକାର ୫୦ ପ୍ରତିଶତ ସବ୍ସିଡି ଯୋଗାଇ ଦେବେ ବୋଲି ମନ୍ତ୍ରୀ କହିଛନ୍ତି।
ରାଜ୍ୟରୁ ଉତ୍ପାଦିତ ଚାଉଳରୁ ୪୬ ଲକ୍ଷ ମେଟ୍ରିକ ଟନ୍ ଯାଉଛି। ବଳକା ୧୨ରୁ ୧୫ ମେଟ୍ରିକ ଟନ ଚାଉଳ ପାଖରେ ରହୁଛି ବୋଲି ମନ୍ତ୍ରୀ କହିଛନ୍ତି। ନୂଆ ପଲିସି କରାଯିବ, ବଳକା ଚାଉଳକୁ ରପ୍ତାନୀ କରାଯିବ ।