ଯୁବବର୍ଗଙ୍କ ବଲ୍ଲେ ବଲ୍ଲେ: ପ୍ରତିମାସରେ ୧୦୦୦ ଟଙ୍କା ଦେବେ ସରକାର, ଏମିତି କରନ୍ତୁ ଆବେଦନ

ପାଟନା,୧୮।୯: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ସେ ରାଜ୍ୟର ବେକାର ସ୍ନାତକ ଯୁବକ ଯୁବତୀଙ୍କ ପାଇଁ ଏହି ଘୋଷଣା କରିଛନ୍ତି। ସରକାର ୨୦ରୁ ୨୫ବର୍ଷ ବୟସର ବେକାର ଯୁବକ ଯୁବତୀଙ୍କୁ ପ୍ରତି ମାସରେ ୧୦୦୦ଟଙ୍କା ଭତ୍ତା ଦେଇଛନ୍ତି। ଏହି ସହାୟତା ସର୍ବାଧିକ ଦୁଇ ବର୍ଷ ପାଇଁ ଉପଲବ୍ଧ ହେବ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୁରୁବାର ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛନ୍ତି ଯେ ମୁଁ ଖୁସିର ସହିତ ଜଣାଇବାକୁ ଚାହୁଁଛି ଯେ ମୁଖ୍ୟମନ୍ତ୍ରୀ ନିଶ୍ଚିତ ସ୍ବୟଂ ସହାୟକ ଭତ୍ତା ଯୋଜନା’, ଯାହା ପୂର୍ବରୁ ରାଜ୍ୟ ସରକାରଙ୍କ ସାତ ନିଶ୍ଚିତ କାର୍ଯ୍ୟକ୍ରମ ଅଧୀନରେ ଚାଲୁଥିଲା, ଏବେ ଏହାକୁ ବିସ୍ତାର କରାଯାଇଛି। ମୁଖ୍ୟମନ୍ତ୍ରୀ ନିଶ୍ଚିତ ସ୍ବୟଂ ସହାୟକ ଭତ୍ତା ଯୋଜନା’ ଅଧୀନରେ, ସ୍ନାତକ ଡିଗ୍ରୀ ଥିବା ବେକାର ଯୁବକ ଯୁବତୀଙ୍କୁ ଦୁଇ ବର୍ଷ ପାଇଁ ପ୍ରତି ମାସରେ ୧୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ।

ପୂର୍ବରୁ, ଏହି ଯୋଜନା କେବଳ ମଧ୍ୟମା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେକାର ଯୁବକ ଯୁବତୀମାନଙ୍କୁ ଲାଭ ଦେଉଥିଲା। ଏବେ, ସ୍ବୟଂ ସହାୟକ ଭତ୍ତା ଯୋଜନା, ଯାହା ପୂର୍ବରୁ ମଧ୍ୟମା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଯୁବକ ଯୁବତୀମାନଙ୍କୁ ପ୍ରଦାନ କରାଯାଉଥିଲା, କଳା, ବିଜ୍ଞାନ ଏବଂ ବାଣିଜ୍ୟରେ ଡିଗ୍ରୀ ହାସଲ କରିଥିବା ବେକାର ସ୍ନାତକଙ୍କୁ ମଧ୍ୟ ଉପଲବ୍ଧ ହେବ।