ବଞ୍ଚୋ,୪।୪(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲ ନେଇ ସମସ୍ୟା ଗୁରୁତର ରୂପ ନେଇଥିଲା । ଏହି ଜବରଦଖଲ କାରଣରୁ ରାସ୍ତା ସମ୍ପ୍ରସାରଣ କାମ ବାଧାପ୍ରାପ୍ତ ହେଉଛି ଏବଂ ଆମ୍ବୁଲାନ୍ସ, ଦମକଳ ଭଳି ଜରୁରୀ ସେବା ଗାଡ଼ି ଗ୍ରାମକୁ ପହଞ୍ଚିପାରୁନାହିଁ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ପ୍ରାୟ ୮ ଏକର ସରକାରୀ ଜମି ଅବୈଧଭାବେ ଦଖଲ ହୋଇରହିଛି। ୨୦୧୯ରୁ ଆବେଦନ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନ ନିଆଯାଇବାରୁ ଅସନ୍ତୋଷ ବୃଦ୍ଧି ପାଇଛି।ଏନେଇ ଗତ ୨୩ ମାର୍ଚ୍ଚରେ ଧରିତ୍ରୀ ଖବରକାଗଜରେ ଖବର ପ୍ରକାଶ ପାଇଥିଲା। ପରେ ହାଟଡ଼ିହୀ ତହସିଲ ପକ୍ଷରୁ ୯ ଏପ୍ରିଲରେ ଜମି ଡିମାର୍କେଶନ ପାଇଁ ତାରିଖ ଘୋଷଣା କରାଯାଇଛି। ମରେଇଗାଁ ଆର୍ଆଇ ଓ ଅନ୍ୟ କର୍ମଚାରୀଙ୍କ ସମ୍ମୁଖରେ ଏହି ପ୍ରକ୍ରିୟା ହେବ। ଗ୍ରାମବାସୀ ଶୀଘ୍ର ଜବରଦଖଲ ହଟାଇବାକୁ ଦାବି କରିଛନ୍ତି। ପ୍ରଶାସନ ଏହାକୁ ଗୁରୁତର ଭାବେ ନେଇଥିବା କୁହାଯାଇଛି। ଏବେ ୯ ଏପ୍ରିଲର ଡିମାର୍କେଶନକୁ ନେଇ ସମସ୍ତଙ୍କ ଦୃଷ୍ଟି ରହିଛି।