ବଲାଙ୍ଗିର,୧୯।୮ : (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସ୍ଥାନୀୟ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ଡ଼ା ମନୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜାତୀୟ ରାଗିଂ ବିରୋଧୀ ସପ୍ତାହ ପାଳିତ ହୋଇଯାଇଛି। ଉକ୍ତ ଜାତୀୟ ରାଗିଂ ବିରୋଧୀ ସପ୍ତାହ ପାଳନ ସଭାରେ ରାଙ୍ଗି ସମ୍ବଳିିତ ଆଇନ ଏବଂ ବିହିତ ଦଣ୍ଡ ବିଧାନ ବିଷୟରେ ପୁଙ୍ଖାନୁପୁଙ୍ଖ ପୁଖନ ଆଲୋଚନା ହୋଇଥଲା। ବାର ଏସୋସେଶନର ସଭାପତି ଆଡଭୋକେଟ ବାସୁ ଦେବ ରଥ , ବରିଷ୍ଠ ଆଇନନିଜୀବୀ ଜୟକୃଷ୍ଣ ସାହୁ ଓ ଶ୍ରୀ ଚନ୍ଦ୍ରଶେଖର ମିଶ୍ର,ବଲାଙ୍ଗିର ଟାଉନ ପୋଲିସର ସବ ଇନ୍ସପେକ୍ଟର ଶ୍ରୀମତୀ ସଂଗୀତା ବେକ, ଏ ଏସ ଆଇ ଶ୍ରୀମତୀ ମମତା ପ୍ରଧାନ ଉପସ୍ଥିତ ଥିଲେ। କଲେଜ ରାଗିଂ କମିଟି ଓ କାର୍ଯ୍ୟ ପନ୍ଥା ବିଷୟରେ ପ୍ରଫେସର ଡ଼ା ସରିତା ମହନ୍ତ ସବିଶେଷ ବିବରଣୀ ପ୍ରସ୍ତୁତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ କଲେଜର ଅଧ୍ୟାପିକା ଡ଼ା ସ୍ନେହଲତା ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଡ଼ା ଲିପ୍ସା ଦାସ। ଆୁୟୁର୍ବଦିକ କଲେଜର ସମସ୍ତ ଡାକ୍ତର, କର୍ମଚାରୀ ଓ ଡ଼ାକ୍ତରୀ ଛାତ୍ରୀଛାତ୍ରମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।