ଗୋପାଳପୁର କଂଗ୍ରେସ ପକ୍ଷରୁ ବିକ୍ଷୋଭ, କୁଶପୁତ୍ତଳିକା ଦାହ

ଗୋପାଳପୁର,୨୫।୭(ନବୀନ ରାଜ ଆଚାରୀ): କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଦେଶଦ୍ରୋହୀ ଓ କଂଗ୍ରେସ ଦଳକୁ ବଳତ୍କାରୀ ଦଳ ବୋଲି ବିବୃତି ଦେଇଥିବା ରାଜ୍ୟ ଭାଜପା ଯୁବମୋର୍ଚ୍ଚାର ଅଭିଳାଷ ପଣ୍ଡାଙ୍କୁ ଗିରଫ କରିବା ଦାବି ଜୋର ଧରିଲା। ଏନେଇ ଶୁକ୍ରବାର ଗୋପାଳପୁର କଂଗ୍ରେସ ପକ୍ଷରୁ ପିସିସି ସଭ୍ୟ ଡ଼ ଶମ୍ଭୁ ପାଣିଗ୍ରାହୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଗୋଳନ୍ଥରା ଥାନା ସମ୍ମୁଖରେ ବିକ୍ଷୋଭ କରିବା ସହ ଥାନା ସମ୍ମୁଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝି, ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଓ ଅଭିଳାଷ ପଣ୍ଡାଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ଜିଲା କଂଗ୍ରେସ ଉପସଭାପତି ରବିନ୍ଦ୍ର ଅଧିକାରୀ,କୃଷକ ମୋର୍ଚ୍ଚା ଆବାହକ ସାଇରାମ ପାତ୍ର, ପ୍ରଶାନ୍ତ କୁମାର ସାହୁ,ହରିକୃଷ୍ଣ ପାତ୍ର, ସନ୍ୟାସୀ ସାହୁ, ସନ୍ତୋଷ ନାହାକ, ପ୍ରଫୁଲ୍ଲ ମଣ୍ଡଳ,ସୁଦାମ ବେହେରା,ବିକ୍ରମ ପାତ୍ର,ସୁନିଲ ବେହେରା, କୃଷ୍ଣ ପ୍ରଧାନ,ରୂପେଶ ମଣ୍ଡଳ,ମୁରଲୀ ପ୍ରଧାନ, ଜିତୁ ମଣ୍ଡଳ,ନାରୀ ନେତ୍ରୀ ସୁନିତା ଦାସ,ଗୈରାଙ୍ଗ ବେହେରାଙ୍କ ଶତାଧିକ କର୍ମୀ ଥାନା ନିକଟରୁ ଏକ ପଟୁଆରରେ ବାହାରି ଥାନା ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ପରେ ଆଇଆଇସି ତଥା ଡି ଏସ ପି ବିବେକାନନ୍ଦ ସ୍ବାଇଁଙ୍କୁ ଅଭିଳାଷ ପଣ୍ଡାଙ୍କୁ ତୁରନ୍ତ ଗିରଫ ଦାବି ଏକ ଦାବିପତ୍ର ପ୍ରଦାନ କରିଥିଲେ।

Share