ମୁମ୍ବାଇ: ଅଭିନେତା ରଣଦୀପ୍ ହୁଡା ତାଙ୍କର ଦ୍ୱିତୀୟ ବିବାହ ବାର୍ଷିକୀରେ ପ୍ରଶଂସକଙ୍କୁ ଗୁଡ୍ ନ୍ୟୁଜ୍ ଦେଇଛନ୍ତି। ସ୍ତ୍ରୀ ଲିନ ଲାଇଶ୍ରାମଙ୍କ ସହ ଏକ ସୁନ୍ଦର ଫଟୋ ଶେୟାର କରି ଖୁବ୍ଶୀଘ୍ର ମାତାପିତା ହେବାକୁ ଯାଉଥିବା କହିଛନ୍ତି। ଫଟୋରେ ଦମ୍ପତି ଜଙ୍ଗଲରେ ଏକ ଅଗ୍ନିକୁଣ୍ଡ ପାଖରେ ବସି ହାତ ଧରାଧରି ହୋଇ ହସୁଛନ୍ତି। ଅଭିନେତା ପୋଷ୍ଟର କ୍ୟାପସନ୍ରେ ଲେଖିଛନ୍ତି, ଦୁଇ ବର୍ଷର ପ୍ରେମ, ସାହସିକତା ଏବଂ ଆଗକୁ ଗୋଟିଏ ଛୋଟ ପିଲା ଆସୁଛି।
୨୦୨୩ ନଭେମ୍ବର ୨୦ରେ ଲିନ ଲାଇଶ୍ରାମଙ୍କୁ ବିବାହ କରିଥିଲେ। ସେମାନେ ମୈତେଇ ପରମ୍ପରା ଅନୁଯାୟୀ ମଣିପୁରର ଇମ୍ଫାଲରେ ବିବାହ କରିଥିଲେ। ବିବାହ ପରେ ମୁମ୍ବାଇରେ ଏକ ରିସେପ୍ସନର ଆୟୋଜନ କରିଥିଲେ। ଲିନ ଲାଇଶ୍ରାମ ଜଣେ ଅଭିନେତ୍ରୀ। ସେ ଶାହରୁଖ ଖାନ୍ଙ୍କ ଫିଲ୍ମ ‘ଓମ୍ ଶାନ୍ତି ଓମ୍’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ୨୦୨୩ ମସିହାରେ ସେ ‘ଜାନେ ଜାନ’ ଏବଂ ‘ମେରି କମ୍’ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ସେ ଜଣେ ମଡେଲ ଏବଂ ବ୍ୟବସାୟୀ ମଧ୍ୟ।
ଶେଷ ଥର ପାଇଁ ସନି ଦେଓଲଙ୍କ ଅଭିନୀତ ‘ଜାଟ’ (୨୦୨୫) ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଏକ ନକାରାତ୍ମକ ଭୂମିକାରେ ଅଭିନୟ କରିଥିଲେ। ତେବେ ୨୦୨୬ରେ ମୁକ୍ତିଲାଭ କରିବାକୁ ଥିବା ଇଂଲିଶ୍ ଚଳଚ୍ଚିତ୍ର ‘ମ୍ୟାଚବକ୍ସ’ରେ ନଜରକୁ ଆସିବେ।
Dharitri – Odisha’s No.1 Odia Daily