Categories: Home Leftଖେଳ

ଖୁସି ଖବର: ଟି୨୦ ଲିଗ୍‌ ଆରମ୍ଭ କରିବ କେନିୟା

ନାଇରୋବି,୧ା୫: କ୍ରିକେଟ କେନିୟା(ସିକେ) ଆସନ୍ତା ସେପ୍ଟେମ୍ବରରେ ନିଜସ୍ବ ଫ୍ରାଞ୍ଚାଇଜ୍‌ଭିତ୍ତିକ ଲିଗ୍‌ ଆରମ୍ଭ କରିବ। ଦେଶରେ କ୍ରିକେଟ୍‌କୁ ପୁନର୍ଜୀବିତ କରିବା ଏହି ଲିଗ୍‌ର ଲକ୍ଷ୍ୟ।

ଲିଗ୍‌ର ପ୍ରଥମ ସିଜନରେ ୨୫ ଦିନ ଧରି ୬ଟି ଫ୍ରାଞ୍ଚାଇଜ ମୁକାବିଲା କରିବେ। ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌କୁ ୫ଟି ଅନ୍ତର୍ଜାତୀୟ ଖେଳାଳି ରଖିବାକୁ ଅନୁମତି ଦିଆଯାଇଛି। ଏହି ଲିଗ୍‌ ଲାଗି ସିକେ ଏବଂ ଭାରତରେ ପ୍ରତିଷ୍ଠିତ କମ୍ପାନୀ ଏଓଏସ୍‌ ସ୍ପୋର୍ଟ ଟୁର୍ନାମେଣ୍ଟ ମଧ୍ୟରେ ଚୁକ୍ତି କରାଯାଇଛି। ଏହି ଚୁକ୍ତି ମୁତାବକ, ଏଓଏସ୍‌ ସ୍ପୋର୍ଟ ଟୁର୍ନାମେଣ୍ଟ ଆଗାମୀ ୫ ବର୍ଷ ମଧ୍ୟରେ ୨ ନିୟୁତ ଆମେରିକୀୟ ଡଲାର ନିବେଶ କରିବ।

ଏହା ଖୁବ୍‌ ବଡ଼ ଓ କୌତୂହଳପୂର୍ଣ୍ଣ ହେବ। ଏହା କେନିୟା କ୍ରିକେଟ ଲାଗି ଖୁବ୍‌ ଲାଭଦାୟକ ସାବ୍ୟସ୍ତ ହେବ। କେବଳ ୪ ବିଦେଶୀ ଖେଳାଳିଙ୍କୁ ଦଳରେ ଖେଳିବାକୁ ଅନୁମତି ମିଳିବ। ବାକି ସ୍ଥାନୀୟ ଖେଳାଳି ରହିବେ ବୋଲି କେନିୟାର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି କେନିଡି ଓବୁୟା କହିଛନ୍ତି। ସେ ଦେଶ ପାଇଁ ୯୦ ଦିନିକିଆ ମ୍ୟାଚ୍‌ ଖେଳିବା ସହ ସିକେ ବୋର୍ଡର ସଦସ୍ୟ ରହିଛନ୍ତି।