ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧: ଭାରତୀୟ କ୍ରିକେଟ ଦଳ ୨୦୨୬ ଟି୨୦ ବିଶ୍ୱକପ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ପ୍ରମୁଖ ଟୁର୍ନାମେଣ୍ଟ ପୂର୍ବରୁ, ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ୩-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମ ମ୍ୟାଚ ବ୍ୟତୀତ, ଦଳ ଅନ୍ୟ ଦୁଇଟି ମ୍ୟାଚ ବ୍ୟାପକ ଭାବରେ ଜିତିଛି। ଏହି ସମୟରେ ଦଳ ପାଇଁ କିଛି ଭଲ ଖବର ଅଛି। ତିଲକ ବର୍ମା ଫିଟ ହୋଇ ଫେରିଛନ୍ତି।

ଟି୨୦ ବିଶ୍ୱକପ ୨୦୨୬ ଦଳରେ ସାମିଲ ଥିବା ତିଲକ ବର୍ମା ପେଟ ସମସ୍ୟା ଯୋଗୁ ଟିମ୍‌ରୁ ବାହାରେ ଥିଲେ। ସେ ଏବେ ଫିଟ୍‌ ହୋଇଛନ୍ତି। ତିଲକ ଜାନୁଆରୀ ୩୧ରେ ତିରୁଭାନନ୍ତପୁରମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପଞ୍ଚମ ଟି-୨୦ ପାଇଁ ଉପଲବ୍ଧ ହେବେ। ବିଜୟ ହଜାରେ ଟ୍ରଫି ସମୟରେ ତାଙ୍କର ପେଟରେ ଅସ୍ତ୍ରୋପଚାର ହୋଇଥିଲା, ଯାହା ପରେ ଡାକ୍ତରମାନେ ତାଙ୍କୁ ଦୁଇ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ।

ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଭାରତ ଦଳ
ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ତିଲକ ଭର୍ମା, ସଞ୍ଜୁ ସାମସନ, ଶିବମ ଦୁବେ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂ, ଜସପ୍ରୀତ ବୁମରା, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର।

 

Dharitri – Odisha’s No.1 Odia Daily