ପୋଷ୍ଟ ଅଫିସ କର୍ମଚାରୀଙ୍କ ଖୁସିଖବର: ଖୁବ୍‌ଶୀଘ୍ର ମିଳିବ ୬୦ ଦିନର ବୋନସ୍‌, ଜାଣନ୍ତୁ କାହାକୁ…

ନୂଆଦିଲ୍ଲୀ,୧୮।୧୦:  ଭାରତରେ ଉତ୍ସବ ଋତୁ ଆସିଲେ କର୍ମଚାରୀଙ୍କ ମୁହଁରେ ହସ ଫୁଟି ଉଠେ। ଏଥର କେନ୍ଦ୍ର ସରକାର ଦୀପାବଳୀ ପୂର୍ବରୁ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ଖୁସି କରିବା ପାଇଁ ଅନେକ ବ ପଦକ୍ଷେପ ନେଇଛନ୍ତି। ମହଙ୍ଗା ଭତ୍ତା (DA) ବୃଦ୍ଧି, ବୋନସ ପେମେଣ୍ଟ ଏବଂ CGHS (କେନ୍ଦ୍ରୀୟ ସରକାରୀ ସ୍ବାସ୍ଥ୍ୟ ଯୋଜନା)ରେ ସୁଧାର ଭଳି ଘୋଷଣା ପରେ ଏବେ ପୋଷ୍ଟ ଅଫିସ ନିଜ କର୍ମଚାରୀଙ୍କୁ ପାଇଁ ଏକ ସ୍ବତନ୍ତ୍ର ଉପହାର ଦେବାକୁ ଯାଉଛି।
ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ପୋଷ୍ଟ ଅଫିସ ପ୍ରଡକ୍ସନ ଲିଙ୍କଡ ବୋନସ (PLB) ପାଇଁ ଅନୁମୋଦନ ଦେଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି। ଏହା ଅନୁଯାୟୀ, କର୍ମଚାରୀମାନେ ୬୦ ଦିନର ଦରମା ସମାନ ବୋନସ ପାଇବେ, ଯାହା ସେମାନଙ୍କ ପାଇଁ ଦୀପାବଳୀର ଏକ ବ ଉପହାର ହେବ। ଏହି ବୋନସର ଲାଭ ଗ୍ରୁପ C, ମଲ୍ଟି-ଟାସ୍କିଙ୍ଗ ଷ୍ଟାଫ (MTS), ଅରାଜପତ୍ରିତ ଗ୍ରୁପ B କର୍ମଚାରୀ, ଗ୍ରାମୀଣ ଡାକ ସେବକ (GDS) ଏବଂ ପୂର୍ଣ୍ଣକାଳୀନ ଆକସ୍ମିକ ଶ୍ରମିକମାନେ ଉଠାଇପାରିବେ। ଏହି ପଦକ୍ଷେପ ଦ୍ୱାରା ଲକ୍ଷାଧିକ କର୍ମଚାରୀ ସିଧାସଳଖ ଲାଭ ପାଇବେ ଏବଂ ତ୍ୟୋହାରର ଖୁସି ଦୁଇଗୁଣିତ ହେବ। ବୋନସ କେବଳ କର୍ମଚାରୀଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବ ନାହିଁ, ବରଂ ସେମାନଙ୍କ ଉତ୍ସାହକୁ ମଧ୍ୟ ବାଇବ।
ବୋନସ କିପରି ହିସାବ ହେବ?
ବୋନସ୍‌ର ହିସାବ କର୍ମଚାରୀଙ୍କ ହାରାହାରି ଦରମା ଆଧାରରେ କରାଯିବ। ନିୟମିତ କର୍ମଚାରୀଙ୍କ ପାଇଁ ଫର୍ମୁଲା ହେଉଛି: (ହାରାହାରି ଦରମା ସହ* ୬୦ ଦିନ/୩୦.୪)। ଏଥିରେ ବେସିକ ପେ, ମହଙ୍ଗା ଭତ୍ତା, ସ୍ବତନ୍ତ୍ର ଭତ୍ତା, ଡ୍ୟୁଟି ଭତ୍ତା ଏବଂ ଟ୍ରେନିଂ ଭତ୍ତା ଅନ୍ତର୍ଭୁକ୍ତ ହେବ। ବୋନସ ପାଇଁ ସର୍ବାଧିକ ଦରମା ସୀମା ମାସିକ ୭,୦୦୦ ଟଙ୍କା ନିର୍ଦ୍ଧାରିତ ହୋଇଛି। ସେହିପରି ଗ୍ରାମୀଣ ଡାକ ସେବକଙ୍କ ପାଇଁ ବୋନସ ସେମାନଙ୍କ ଟାଇମ୍‌-ରିଲେଟେଡ୍‌ କଣ୍ଟିନ୍ୟୁଟି ଆଲାଉନ୍ସ(TRCA) ଓ ମହଙ୍ଗା ଭତ୍ତା ଆଧାରରେ ନିର୍ଦ୍ଧାରିତ ହେବ। ଏହି ଦୀପାବଳୀରେ ପୋଷ୍ଟ ଅଫିସ କର୍ମଚାରୀଙ୍କ ପାଇଁ ଖୁସିର ଡବଲ୍‌ ଡୋଜ୍‌ ପ୍ରସ୍ତୁତ ଅଛି, କାରଣ ଏହି ବୋନସ୍‌ କେବଳ ସେମାନଙ୍କ ପରିଶ୍ରମର ପୁରସ୍କାର ନୁହେଁ, ବରଂ ଉତ୍ସବକୁ ଆହୁରି ସ୍ବତନ୍ତ୍ର କରିଦେବ।

Share
Tags: Post office