ଗଞ୍ଜାମ,୩୧।୧୦(ବିଦ୍ୟାଧର ସାହୁ ): ଦୀର୍ଘ ଦୁଇ ଦଶନ୍ଧି ଧରି ଋଷିକୂଲ୍ୟା ମୁହାଣ ଖୋଲାଯିବା ପାଇଁ ଦାବି ହୋଇ ଆସୁଥିଲା । ପୂର୍ବତନ ବିଧାୟକ ସ୍ବର୍ଗତ ଆଦିକନ୍ଦ ସେଠୀ ବିଧାନସଭାରେ ଦାବି କରିଥିଲେ । ପରେ ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରା ମଧ୍ୟ ବିଧାନସଭାରେ ଦାବି କରିଥିଲେ । କିନ୍ତୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇନଥିଲା । ଫଳରେ ପୁରୁଣାବନ୍ଧ ଗ୍ରାମବାସୀ ନିଜସ୍ବ ପ୍ରଚେଷ୍ଟାରେ ଗୁରୁବାର ଅପରାହ୍ନରେ ଜେସିବି ମେଶିନ ଦ୍ୱାରା ମୁହାଣ ଖୋଲିଥିବା ଜଣାପଡିଛି । ଯାହା ଫଳରେ ଦଶରୁ ଉର୍ଦ୍ଧ୍ୱ ଗ୍ରାମ ବନ୍ୟା ଦାଉରୁ ରକ୍ଷା ପାଇପାରିବେ। ଏଥିସହ ସ୍ଥାନୀୟ ପାଞ୍ଚ ହଜାରରୁ ଅଧିକ ଚାଷୀ ମଧ୍ୟ ଉପକୃତ ହୋଇ ପାରିବେ ବୋଲି ଆଲୋଚନା ହେଉଛି । ଏହା ଯୋଗୁଁ ବନ୍ୟା ଜଳ ସମୁଦ୍ର ଭିତରକୁ ନିଷ୍କାସନ ହେବାରେ କୌଣସି ଅସୁବିଧା ହେବନାହିଁ । ଅନ୍ୟପଟେ ଲଗାଣ ବର୍ଷା ଯୋଗୁ ଚାଷ ଜମିରୁ ବର୍ଷା ଜଳ ନିଷ୍କାସନ ନ ହୋଇ ଚାଷୀ କ୍ଷତି ସହୁଥିଲା । ଏଥିସହ ଦିନକୁ ଦିନ ସମୁଦ୍ରର ଉଚ୍ଚ ଲହଡି ଜନ ବସତି ଆଡକୁ ମାଡି ଆସିବା ଫଳରେ ମସ୍ଚ୍ୟଜୀବି ମାନେ ନିଜ ଜାଲ ଡ଼ଙ୍ଗା ରଖିବାରେ ଅସୁବିଧା ହେଉଥିଲା । ତତ ସଙ୍ଗେ ସଙ୍ଗେ ଉପର ମୁଣ୍ଡରେ ଅଧିକ ଭାରୀ ବର୍ଷା ହେବା ଫଳରେ ପ୍ରତି ବର୍ଷ ପୁରୁଣା ବନ୍ଧ ପାଳିବନ୍ଧ ଗ୍ରାମ ଆଡକୁ ବନ୍ୟା ଜଳ ଆସୁଥିଲା ତାହା ଦୂର ହୋଇଛି ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି ।
\