ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ ସ୍ଥାପନ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ସର୍ବ ସମ୍ମତି କ୍ରମେ ପୁରୋହିତ ସୁନାନୀଙ୍କୁ ସଭାପତି ଭାବରେ ମନୋନୀତ କରାଯାଇଛି। ସୁଗ୍ରେ ବରିହା ସମ୍ପାଦକ, ଗୌରୀ ଶଙ୍କର ପଣ୍ଡା କୋଷାଧ୍ୟକ୍ଷ, ଉପସଭାପତି ଦେବେନ୍ଦ୍ର ବାଗ, ଯୁଗ୍ମ ସମ୍ପାଦକ ଆଜିମ ଅଲ୍ଲୀ, ସହ କୋଷାଧ୍ୟକ୍ଷ ସୁରେଶ ସାହୁ ଓ ଗୋପମଣି ପାଣିଗ୍ରାହୀ ମନୋନିତ ହୋଇଛନ୍ତି। ଉପଦେଷ୍ଟା କମିଟିରେ ଗଣେଶ ରାମ ସାହୁ, ବିଦ୍ୟାଧର ଶବର, ଇଶାକ ଅଲ୍ଲୀ, ସେହେବାଜ ହୁସେନ, ଇର୍ଶାଦ ଅଲ୍ଲୀ, ରହିମ ଭାଇ, ଗାଳିବ ହୁସେନ, ବିଭୂ ସାହୁ, ମୋତିଲାଲ ବନଛୋର, ନରେଶ ଜୈନ, ମନୋଜ ଜୈନ, ସବୀର ହୁସେନ, ବିଜୟ ବାରିକ ପ୍ରମୁଖ ରହିଛନ୍ତି। ଆସନ୍ତା ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପୀ ବିରାଟ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ। ବିଭିନ୍ନ ଦିନରେ ପୌରାଣିକ କଥାବସ୍ତୁ ସମେତ ଦର୍ଶକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ବଲପୁରୀ, ଆଧୁନିକ ନାଚଗୀତ, ମେଲୋଡି, ଅପେରା ଆଦି ରହିଛି। ଏହି ଅବସରରେ ଗ୍ରାମବାସୀ ଓ ଧନୁଯାତ୍ରା କମିଟି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଗ୍ରାମ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରି ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି।