ଖୁସି ଖବର, ପୁଣି ୨ କରୋନା ଟିକାକୁ ମଞ୍ଜୁରୀ…

ନୂଆଦିଲ୍ଲୀ, ୨୮।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ୟ ୨ଟି କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ(ସିଡିଏସ୍‌ସିଓ) କୋଭୋଭାକ୍ସ ଏବଂ କୋର୍ବେଭାକ୍ସ୍‌ ଟିକାର ବ୍ୟବହାର ଲାଗି ଅନୁମତି ଦେଇଛନ୍ତି। କୋଭୋଭ୍ୟାକ୍ସକୁ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ପ୍ରସ୍ତୁତି କରିଥିବାବେଳେ କୋର୍ବେଭାକ୍ସ୍‌କୁ ବାୟୋଲୋଜିକାଲ-ଇ ପକ୍ଷରୁ ବିକଶିତ କରାଯାଇଛି।

ଏହା ସହିତ ଆଣ୍ଟି ଭାଇରାଲ ମୋଲନୁପ୍ରିଭିର୍‌ ଔଷଧର ବ୍ୟବହାର ଲାଗି ସ୍ବୀକୃତି କେନ୍ଦ୍ରୀୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି। ଏନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଟୁଇଟ୍‌ କରି ସୂଚନା ପ୍ରଦାନ କରିଛନ୍ତି।

Share