ବର୍ଷକରେ ୧.୬୦ ଲକ୍ଷ ଛୁଇଁବ ସୁନା, ୨.୨୪ ଲକ୍ଷ ହୋଇପାରେ ରୂପା

ନୂଆଦିଲ୍ଲୀ,୨୦।୧୦: ସୁନାର ଦାମ୍ ନୂଆ ରେକର୍ଡ ଛୁଇଁଛି। ବର୍ତ୍ତମାନ ୧୦ ଗ୍ରାମ୍ ସୁନା ୧,୩୦,୦୦୦ ଟଙ୍କା। ଧନତେରସ୍‌ରେ ୬୦,୦୦୦ କୋଟିରୁ ଅଧିକ ସୁନା-ରୂପା ବିକ୍ରି ହୋଇଛି। ନିବେଶରେ ଲାଭ ମିଳୁଛି।

କାରଣ ୨୦୨୦ ଅକ୍ଟୋବରରେ ସୁନା ମୂଲ୍ୟ ୪୭,୦୦୦ ଟଙ୍କା ଥିଲା, ଏବେ ୧.୩୦ ଲକ୍ଷ। ଗତ ଦୀପାବଳୀଠାରୁ ୬୦% ଅଧିକ ରହିଛି। ଚଳିତ ବର୍ଷ ବର୍ତମାନ ସୁଦ୍ଧା ୭୦% ବଢ଼ିଛି (୭୬,୧୬୨ରୁ ୧,୩୦,୮୪୦ ଟଙ୍କା)।

ଆସନ୍ତା ଧନତେରସ୍ ଯାଏଁ ୧.୬୦ ଲକ୍ଷ ହୋଇପାରେ। ବ୍ରିଟେନ୍ ବ୍ୟାଙ୍କ୍ SSBC କହିଛି, ୨୦୨୬ରେ ୫୦୦୦ ଡଲାର୍ (ଭାରତରେ ୧.୫୦ ଲକ୍ଷ, ଅଧିକ ହେଲେ ୧.୬୦ ଲକ୍ଷ)। ବ୍ୟାଙ୍କ୍ ଅଫ୍ ଆମେରିକା ମଧ୍ୟ ୫୦୦୦ ଡଲାର୍ ଅନୁମାନ କରିଛି। ଏବେ ୪୫୦୦ ଡଲାର୍ ଛୁଇଁଛି।

ରିପୋର୍ଟ ଅନୁଯାୟୀ ୨୦୨୬ରେ ରୁପା ୨.୪ ଲକ୍ଷ ପ୍ରତି କିଲୋ (ଏବେଠାରୁ ୪୬% ଅଧିକ)। ତେବେ ବିଶ୍ୱରେ ଯୋଗାଣ କମ୍ ଓ ଶିଳ୍ପ ଚାହିଦା ଯୋଗୁଁ ଦାମ୍ ବଢ଼ିବ।

Dharitri – Odisha’s No.1 Odia Daily