ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ ଖୋଲିଥିଲା। ପୂର୍ବ ବାଣିଜ୍ୟ ଦିବସରେ, MCX ରେ ସୁନା ୧,୪୪,୪୯୨ ରେ କାରବାର ବନ୍ଦ ହୋଇଥିଲା। ସକାଳ ପ୍ରାୟ ୯ଟା୪୫ ସମୟରେ, ସୁନା ଫ୍ୟୁଚର୍ସ ୧୩୭,୭୮୬ ରେ କାରବାର ହେଉଥିଲା । ଯଦି ଦେଖିବା ୪.୬୪ ପ୍ରତିଶତ ହ୍ରାସ ପାଇଥିଲା। ପ୍ରାରମ୍ଭିକ ବ୍ୟବସାୟରେ ସୁନା ଫ୍ୟୁଚର୍ସ ୧୪୦,୧୫୮ର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା।
ଯଦି ଭୁବନେଶ୍ବରରେ ସୁନା ରୂପା ଦର କଥା ଦେଖିବା ତାହେଲେ ୨୨ କ୍ୟାରେଟ୍ ସୁନାର ଦାମ୍ ୧୨୮୩୫୦ ରହିଛି । ଏକାଥରେ ୫୪୫୦ ଟଙ୍କା ହ୍ରାସ ପାଇଛି । ସେହିପରି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୪୦୦୨୦ ରହିଛି । ୫୯୫୦ ଟଙ୍କା ଖସିଛି କ୍ୟାରେଟ୍ ସୁନାର ଦାମ୍ । ରୂପାର ମୂଲ୍ୟ କେଜି ପିଛା ୨୩୦୦୦୦ ରହିଛି ।
ରୂପା ୨୧୪,୦୭୮(ପ୍ରତି କିଲୋଗ୍ରାମ) ରେ କାରବାର ହେଉଥିଲା । ଅର୍ଥାତ୍ ପ୍ରାୟ ୧୨,୭୦୦ ହ୍ରାସ ପାଇଛି। ରୂପା ବ୍ୟବସାୟ ଦିନ ୨୧୭,୭୦୨ରେ ଖୋଲିଥିଲା। ଦିନର ବାଣିଜ୍ୟ ଅଧିବେଶନ ସମୟରେ, ରୂପାର ଇଣ୍ଟରଡେ ସର୍ବୋଚ୍ଚ ମୂଲ୍ୟ ୨୧୭,୭୦୨ଥିଲା। ଦିଲ୍ଲୀ, କୋଲକାତା ଏବଂ ମୁମ୍ବାଇରେ, ୧୦ଗ୍ରାମ ରୂପା ବର୍ତ୍ତମାନ ୨୪୪୯ଦରରେ ବିକ୍ରି ହେଉଛି। ଚେନ୍ନାଇରେ ୧୦ଗ୍ରାମ ରୂପାର ମୂଲ୍ୟ ବର୍ତ୍ତମାନ ୨,୪୫୦ ରହିଛି ।