Gold Rate Today: ସର୍ବକାଳୀନ ରେକର୍ଡ ଭାଙ୍ଗିଲା: ଭୁବନେଶ୍ୱରରେ ଏତିକିରେ ପହଞ୍ଚିଲା ସୁନାଦର

ଭୁବନେଶ୍ୱର, ୧୧।୨: କ୍ରମାଗତ ଭାବେ ସୁନା ଓ ରୁପା ଦର ଘରୋଇ ବଜାରରେ ବୃଦ୍ଧି ପାଇଚାଲିଛି। ଏପରି କି ବର୍ତ୍ତମାନ ବିବାହ ଋତୁ ଓ ଶୁଭକାର୍ଯ୍ୟ ସାରା ଦେଶରେ ଜାରି ରହିଥିଲାବେଳେ ମୂଲ୍ୟବାନ ଧାତୁ ଏବଂ ସୁନା ଓ ରୁପା ଦର ବୃଦ୍ଧି ସବୁ ବର୍ଗର ଗ୍ରାହକଙ୍କୁ ଅତିରିକ୍ତ ଖର୍ଚ୍ଚାନ୍ତ କରାଉଥିଲା ବେଳେ ବ୍ୟବସାୟ ମାନ୍ଦା ରହୁଥିବା ବେଳେ ବର୍ତ୍ତମାନ ସୁନା ଦର ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ଏହି ସମୟରେ ପୁଣି ଗ୍ରାହକଙ୍କୁ ବଡ଼ ଝଟକା ଲାଗିଛି। ୨୪ କ୍ୟାରେଟ ୮୭୦ ଓ ୨୨ କ୍ୟାରେଟ ସୁନା ୮୦୦ ଟଙ୍କା ବଢ଼ିଛି। ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନାଦର ୮୭ ହଜାର ୯୩୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ ସୁନାଦର ୮୦ ହଜାର ୬୦୦ ଟଙ୍କା ରହିଛି।