ଦୈନିକ ବଢୁଥିଲା ସୁନା ରେଟ୍, ଆଜି ହଠାତ୍ ଏତିକି ଟଙ୍କା କମିଗଲା

ମୁମ୍ବାଇ,୧୧ା୯: ଗୁରୁବାର ସୁନା ଦରରେ ଆଶ୍ଚର୍ଯ୍ୟଜନକ ହ୍ରାସ ହୋଇଛି। ପୂର୍ବରୁ ନିରନ୍ତର ବୃଦ୍ଧି ପାଉଥିବା ସୁନାର ମୂଲ୍ୟ ପ୍ରାୟ ୪୦୦ ଟଙ୍କା ଶସ୍ତା ହୋଇଛି, ତଥାପି ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ଦର ୧.୦୯ ଲକ୍ଷ ଟଙ୍କା ଉପରେ ରହିଛି।

ଏମ୍‌ସିଏକ୍ସ୍‌ରେ ଅକ୍ଟୋବର ଡେଲିଭରୀରେ ୯୯୯ ଶୁଦ୍ଧତାର ୧୦ ଗ୍ରାମ ସୁନା ୧,0856୩ ଟଙ୍କାରେ ଖୋଲି ୪୨୩ ଟଙ୍କା ହ୍ରାସ ପାଇଛି। ବୁଧବାରର ୧,୦୮,୯୮୬ ତୁଳନାରେ ଏହା ପରେ କିଛି ସୁଧାର ହୋଇଥିଲେ ମଧ୍ୟ, ଖବର ସମୟରେ ୧୮୭ ଟଙ୍କା ଖସି ୧,୦୮,୭୯୯ ଟଙ୍କାରେ ଥିଲା।

ଘରୋଇ ବଜାରରେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ୧,୦୯,୨୨୩ ଟଙ୍କାରେ ଖୋଲି ୪୧୨ ଟଙ୍କା କମ୍ ଥିଲା। ୨୩ ଓ ୨୨ କ୍ୟାରେଟ୍‌ରେ ମଧ୍ୟ ସମାନ ହ୍ରାସ ପାଇଥିଲା। କିନ୍ତୁ ଅଳଙ୍କାର କିଣିବା ସମୟରେ ୩% GST ଓ ଅନ୍ୟ ଚାର୍ଜ ଲାଗିବା ପରେ ମୂଲ୍ୟ ବଢ଼ିଯିବ।

ସୁନା ପରି ରୂପାର ଦର ମଧ୍ୟ ହ୍ରାସ ପାଇ ୧ କିଲୋ ୧,୨୪,୨୬୭ ଟଙ୍କାରେ ଖୋଲିଛି, ଗତ ଦିନର ୧,୨୪,୫୯୪ରୁ ୩୨୭ ଟଙ୍କା କମ୍ ରହିଛି।

Share
Tags: Gold price