ପୁଣି ବଢିଲା ସୁନା ଦର

ନୂଆଦିଲ୍ଲୀ,୧୮।୧୦: ସୁନା ମୂଲ୍ୟରେ ପୁଣି ବୃଦ୍ଧି ଘଟିଛି। ବୁଧବାର ୫୦୦ ଟଙ୍କା ବୃଦ୍ଧି ସହ ସୁନା ୧୦ ଗ୍ରାମ ପିଛା ୬୦,୬୫୦ ଟଙ୍କାରେ ପହଞ୍ଚିଛି। ବିଶ୍ୱ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ମଧ୍ୟ ଦେଖାଯାଉଛି। ଆଶା କରାଯାଉଛି ଯେ ଯଦି ଫେଡ ରିଜର୍ଭ ନଭେମ୍ବରରେ ସୁଧ ହାର ବୃଦ୍ଧି କରିବାକୁ ନିଷ୍ପତ୍ତି ନ ନିଏ, ତେବେ ସୁନା ମୂଲ୍ୟରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି। ଭାରତରେ ମଧ୍ୟ ଉତ୍ସବର ଚାହିଦା ବୃଦ୍ଧି ହେତୁ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୨,୦୦୦ ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
କେବଳ ସୁନା ମୂଲ୍ୟରେ ନୁହେଁ, ରୂପା ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ରୂପା ମୂଲ୍ୟ ମଧ୍ୟ ୧୦୦୦ ଟଙ୍କା ବୃଦ୍ଧି ହୋଇ କିଲୋଗ୍ରାମ ପିଛା ୭୪,୭୦୦ ଟଙ୍କାରେ ପହଞ୍ଚିଛି।

Share
Tags: gold rate