ପୁଣି ହଜାର ହଜାର ଟଙ୍କା କମିଲା ସୁନା ଦର: ୧୦ ଗ୍ରାମ ପିଛା ଅଛି…

ନୂଆଦିଲ୍ଲୀ,୨।୨: ସୁନାର ମୂଲ୍ୟ ଆହୁରି ହ୍ରାସ ପାଇଛି। ସପ୍ତାହର ଆରମ୍ଭ ଦିନ ଅର୍ଥାତ୍‌ ସୋମବାର ପୁଣି ଖସିଛି ସୁନା, ରୁପା ଦର। ୨୪ କ୍ୟାରେଟ ସୁନା ଦର ୯ ହଜାର ୫୦ ଟଙ୍କା ଖସିଛି। ଫଳରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ୧ ଲକ୍ଷ ୫୧ ହଜାର ୫୩୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ୮ ହଜାର ୩୦୦ ଟଙ୍କା ହ୍ରାସ ପାଇଛି। ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନା ୧ ଲକ୍ଷ ୩୮ ହଜାର ୯୦୦ ଟଙ୍କା ରହିଛି। ରୁପା କେଜି ପିଛା ୨୦ ହଜାର ଟଙ୍କା ହ୍ରାସ ପାଇ ହୋଇଛି ୩ ଲକ୍ଷ। ଜାନୁଆରୀ ୩୦ରେ ରୂପା ମୂଲ୍ୟ ୪ ଲକ୍ଷରୁ ଅଧିକ ଥିଲା।

 

Dharitri – Odisha’s No.1 Odia Daily

 

Share