ଭାଙ୍ଗିବ ସବୁ ରେକର୍ଡ; ଶୀଘ୍ର ୯୬,୦୦୦ ଟଙ୍କା ଛୁଇଁବ ସୁନା

ନୂଆଦିଲ୍ଲୀ,୩୦।୩: ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି ସୁନା ମୂଲ୍ୟ। ଏପରି ପରିସ୍ଥିତିରେ ଭାରତୀୟ ଗ୍ରାହକ ଏବଂ ନିବେଶକଙ୍କ ଚିନ୍ତା ବଢ଼ିଛି। ICICI ବ୍ୟାଙ୍କ ଗ୍ଲୋବାଲ ମାର୍କେଟସର ଏକ ରିପୋର୍ଟ ଅନୁଯାୟୀ ବିଶ୍ୱ ଆର୍ଥିକ ଅନିଶ୍ଚିତତା ଏବଂ ଆମେରିକାର ଟାରିଫ ନୀତି ଯୋଗୁ ୨୦୨୫ ପ୍ରଥମାର୍ଦ୍ଧରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ୮୭,୦୦୦ ରୁ ୯୦,୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ। ବିଶ୍ଳେଷକଙ୍କ ମତରେ, ୨୦୨୫ ର ଦ୍ୱିତୀୟାର୍ଦ୍ଧରେ ଏହା ଆହୁରି ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ପିଛା ୯୬,୦୦୦ ଟଙ୍କା ହୋଇପାରେ।

ଭାରତରେ ସୁନା କେବଳ ଏକ ନିବେଶ ବିକଳ୍ପ ନୁହେଁ ବରଂ ସାଂସ୍କୃତିକ ପରମ୍ପରାର ଏକ ଅଂଶ ମଧ୍ୟ। ବିଶେଷକରି ବିବାହ ଏବଂ ପର୍ବପର୍ବାଣୀ ସମୟରେ ଏହାର ଗୁରୁତ୍ୱ ବୃଦ୍ଧି ପାଏ। ସୁନା ମୂଲ୍ୟରେ ସମ୍ପ୍ରତି ବୃଦ୍ଧି ଅଳଙ୍କାର କ୍ରେତାମାନଙ୍କୁ ଚିନ୍ତାରେ ପକାଇଛି। ତଥାପି ନିବେଶ ଚାହିଦା ଦୃଢ଼ ରହିଛି।

ଆଇସିଆଇସିଆଇ ବ୍ୟାଙ୍କ ଗ୍ଲୋବାଲ ମାର୍କେଟ୍ସର ଏକ ରିପୋର୍ଟ ଅନୁଯାୟୀ, ୨୦୨୫ର ପ୍ରଥମାର୍ଦ୍ଧରେ ସ୍ଥାନୀୟ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ୮୭,୦୦୦ ଟଙ୍କାରୁ ୯୦,୦୦୦ ଟଙ୍କା ମଧ୍ୟରେ ଏବଂ ୨୦୨୫ର ଦ୍ୱିତୀୟାର୍ଦ୍ଧରେ ପ୍ରତି ୧୦ ଗ୍ରାମ ୯୪,୦୦୦ ଟଙ୍କାରୁ ୯୬,୦୦୦ ଟଙ୍କା ମଧ୍ୟରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ଏପ୍ରିଲ ୨ ତାରିଖରୁ ପାରସ୍ପରିକ ଶୁଳ୍କ ଲାଗୁ କରିବା ପାଇଁ ଆମେରିକା ସରକାରଙ୍କ ଯୋଜନା ଅର୍ଥନୈତିକ ଅନିଶ୍ଚିତତା ସୃଷ୍ଟି କରିଛି। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମଜବୁତ ହେବା ସ୍ଥାନୀୟ ସୁନା ମୂଲ୍ୟକୁ ପ୍ରଭାବିତ କରିଛି।
ICICI ବ୍ୟାଙ୍କ ରିପୋର୍ଟ ଦର୍ଶାଉଛି ଯେ ଏହି ସମୟରେ ଅଳଙ୍କାରର ଚାହିଦା ପ୍ରଭାବିତ ହୋଇଛି। ସୁନା ମୂଲ୍ୟ ବୃଦ୍ଧି ଅଳଙ୍କାର ଚାହିଦାକୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି। ଯାହା ସୁନା ଆମଦାନୀକୁ ଗତ ୧୧ ମାସ ମଧ୍ୟରେ ସର୍ବନିମ୍ନସ୍ତର ୨.୩ ବିଲିୟନ ଡଲାରକୁ ଠେଲି ଦେଇଛି। ଏହା ମାସିକ ୧୪ ପ୍ରତିଶତ ଏବଂ ବର୍ଷସାରା ୬୩ ପ୍ରତିଶତ ହ୍ରାସ ପାଇଛି।

ତେବେ ଅଳଙ୍କାର କ୍ରୟ ହ୍ରାସ ପାଇଥିଲେ ହେଁ ସୁନାରେ ନିବେଶ ସ୍ଥିର ରହିଛି। ETF ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୦୨୫ ରେ ଗୋଲ୍ଡ ETF ଗୁଡ଼ିକରେ ୧୯.୮ ବିଲିୟନ ଟଙ୍କାର ନିଟ୍‌ ପ୍ରବାହ ଦେଖାଯାଇଥିଲା, ଯାହା ପୂର୍ବ ନଅ ମାସରେ ରେକର୍ଡ ହୋଇଥିବା ହାରାହାରି ୧୪.୮ ବିଲିୟନ ଟଙ୍କାର ନିଟ ପ୍ରବାହ ଅପେକ୍ଷା ଅଧିକ ଥିଲା।

Share
Tags: Gold price