Gold Rate Today : ଆଉ କିଣିବାନି ସୁନା! ଜାଣନ୍ତୁ ୧୦ ଗ୍ରାମ ପ୍ରତି ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ, ୧୭।୪: ଭାରତୀୟ ବଜାରରେ ସୁନା ଦର ରେକର୍ଡ ଛୁଇଁଛି। ଏବେ ସୁନା ଲକ୍ଷେ ମୁହାଁଉଛି। ଗୁରୁବାର ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୯୮,୧୦୦ ଟଙ୍କାରେ ପହଞ୍ଚିଛି, ଯାହା ଗତକାଲି ଦିଲ୍ଲୀ ବଜାରରେ ଏକଦିନରେ ୧,୬୫୦ ଟଙ୍କା ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି, ଅର୍ଥନୈତିକ ଅନିଶ୍ଚିତତା ଏବଂ ବିଶ୍ୱ ବାଣିଜ୍ୟ ଉତ୍ତେଜନା ମଧ୍ୟରେ ସୁନାର ଚାହିଦା ବୃଦ୍ଧି ଏହାର ମୁଖ୍ୟ କାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଓଡ଼ିଶାରେ ମଧ୍ୟ ସୁନା କ୍ରୟ ଉପରେ ଏହାର ପ୍ରଭାବ ପଡ଼ିଛି। ଗ୍ରାହକମାନେ ଏହି ମହଙ୍ଗା ଦରରେ ଆଶଙ୍କା ପ୍ରକାଶ କରୁଛନ୍ତି, କିନ୍ତୁ ବିବାହ ଋତୁ ଏବଂ ପର୍ବପର୍ବାଣୀ ପାଇଁ ସୁନା କିଣିବା ଜାରି ରହିଛି। କେତେକ ବିଶେଷଜ୍ଞ ଆଗାମୀ ଦିନରେ ସୁନା ଦର ୧ ଲକ୍ଷ ଟଙ୍କା ପାର ହୋଇପାରେ ବୋଲି ଆକଳନ କରୁଛନ୍ତି। ଅନ୍ୟପକ୍ଷରେ, କେତେକ ଆର୍ଥିକ ସଂସ୍ଥା ଦର ହ୍ରାସ ହେବାର ସମ୍ଭାବନା ମଧ୍ୟ ପ୍ରକାଶ କରିଛନ୍ତି। ତେଣୁ ଗ୍ରାହକମାନଙ୍କୁ ବଜାର ଉପରେ ନଜର ରଖି ନିଷ୍ପତ୍ତି ନେବାକୁ ପରାମର୍ଶ ଦିଆଯାଉଛି।