ଧର୍ମଶାଳା,୧୨।୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମାନ୍ତିରି ଗାଁର ସୁବ୍ରତ କୁମାର ପଣ୍ଡାଙ୍କ ଘରୁ ରାତି ଅଧରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଓ ଦରକାରି କାଗଜପତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁସାରେ ସୁବ୍ରତ ତାଙ୍କ ସ୍ତ୍ରୀ ଓ ଝିଅ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ବିଳମ୍ବିତ ରାତିରେ ଉକ୍ତ ଘରର ଅନ୍ୟ ଏକ ରୁମର ଝରକା ଭାଙ୍ଗି ଘରେପଶି କଳା କନା ବୁଲାଇ ଛନ୍ତି। ଭୋର ସମୟରେ ଘରର କବାଟ ନ ଖୋଲିବାରୁ ବାହାର ପଟରୁ ଯାଇ ଘରର ଝରକା ଭାଙ୍ଗି ଥିବା ଦେଖିବାକୁ ପାଇଥିଲେ। ଘର ଭିତରେ ଥିବା ଗଡରେଜ ଭାଙ୍ଗିବା ସହ ସବୁ ଜିନିଷପତ୍ର ବିଛାଡ଼ି ହୋଇ ପଡି ଥିବା ଦେଖିବାକୁ ପାଇଥିଲେ। ୧୫ ଭରିରୁ ଅଧିକ ସୁନା ଅଳଙ୍କାର ସହ ୭୦ ହଜାର ଟଙ୍କା ଓ ଦରକାରି କାଗଜ ପତ୍ର ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀକୁକରର ସାହଯ୍ୟ ନିଆଯିବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି।
ପାଖ ଘରର ସିସିଟିଭି ଫୁଟେଜରେ ତିନି ଜଣ ସନ୍ଦିଗ୍ଧ ରାତି ଅଧରେ ବୁଲୁଥିବା ଦେଖିବାକୁ ମିଳିଥିବା ବେଳେ ସେହିମାନେ ଚୋରି କରିଥିବା ସ୍ଥାନୀୟ ଲୋକ ସନ୍ଦେହ କରିଛନ୍ତି। ପୋଲିସ ଏହାକୁ ନେଇ ତଦନ୍ତ କରୁଛି।