Categories: ବାଣିଜ୍ୟ

ଗୋଦ୍‌ରେଜ୍‌ର ଲିକ୍‌ ପ୍ରୁଫ୍‌ ସ୍ପ୍ଲିଟ୍‌ ଏୟାର କଣ୍ଡିସନର

ଭୁବନେଶ୍ୱର,୧୭।୨:ଗୋଦ୍‌ରେଜ୍‌ ଆପ୍ଲାଏନ୍‌ସେସ୍‌ ପକ୍ଷରୁ ଆଣ୍ଟି ଲିକ୍‌ ପ୍ରଯୁକ୍ତିକୁ ବ୍ୟବହାରକରି ପ୍ରସ୍ତୁତ କରାଯାଇଥିବା ଲିକ୍‌ ପ୍ରୁଫ୍‌ ସ୍ପ୍ଲିଟ୍‌ ଏୟାର କଣ୍ଡିସନରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ପକ୍ଷରୁ ମଧ୍ୟ ଉକ୍ତ ପ୍ରଯୁକ୍ତିର ପେଟେଣ୍ଟ ପାଇଁ ଆବେଦନ କରାଯାଇଛି। ବିଶେଷକରି ଚିନ୍ତାଶୀଳ ଭାବେ ବସ୍ତୁ ତିଆରି କରିବା ଦର୍ଶନକୁ ନେଇ ପ୍ରସ୍ତୁତ ଶିଳ୍ପର ଏହି ପ୍ରଥମ ନବସୃଜନ ଆଜିର ଦିନରେ ଏସି ବ୍ୟବହାରକାରୀମାନେ ସାମ୍ନା କରୁଥିବା ଅନେକ ସମସ୍ୟାର ସମାଧାନ କରିପାରିବ। ସେହିଭଳି ଗୋଦ୍‌ରେଜ୍‌ ଲିକ୍‌ ପ୍ରୁଫ୍‌ ସ୍ପ୍ଲିଟ୍‌ ଏସିରେ ବ୍ୟବହାର କରାଯାଇଥିବା ସମ୍ପୂର୍ଣ୍ଣ ନୂଆ ଆଣ୍ଟି ଲିକ୍‌ ପ୍ରଯୁକ୍ତିର ଲକ୍ଷ୍ୟ ହେଉଛି, ଏସିରୁ ହେଉଥିବା ଲିକ୍‌ ପାଇଁ ସ୍ଥାୟୀ ସମାଧାନ ପ୍ରଦାନ କରିବା। ଏଥିରେ ୫ଇନ୍‌-୧ କନ୍‌ଭର୍ଟିବଲ୍‌ କୁଲିଂ ପ୍ରଯୁକ୍ତି, ଆଇ-ସେନ୍ସ ପ୍ରଯୁକ୍ତି, ଇନ୍‌ଭର୍ଟର ପ୍ରଯୁକ୍ତି, ଆର୍‌୩୨ ପରିବେଶ ମିତବ୍ୟୟୀ ରେଫ୍ରିଜରାଣ୍ଟ, ୧୦୦% କପର କଏଲ୍‌ ଏବଂ କଳଙ୍କିବିହୀନ ପାଇପ୍‌ ଭଳି ସୁବିଧା ରହିଛି। ଏ ସମ୍ପର୍କରେ ଗୋଦ୍‌ରେଜ୍‌ ଆପ୍ଲାଏନ୍‌ସେସ୍‌ର ବ୍ୟବସାୟ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ଉପସଭାପତି କମଳ ନନ୍ଦୀ କହିଛନ୍ତି, ଗ୍ରାହକମାନେ ସାମ୍ନା କରୁଥିବା ଯେକୌଣସି ପ୍ରକାର ସମସ୍ୟାକୁ ଅତ୍ୟାଧୁନିକ ପ୍ରଯୁକ୍ତିର ଅଭିନବ ଉପାୟରେ ସମାଧାନ କରିବା ଲାଗି ଆମେ ନିରନ୍ତର ଭାବେ କାର୍ଯ୍ୟ କରୁଛୁ। ଆମର ଗବେଷଣା ଓ ଡିଜାଇନ୍‌ ସେଣ୍ଟରରେ ଏକାଧିକ ପରୀକ୍ଷଣ ପରେ ଆମେ ଉପଯୁକ୍ତ ଆଣ୍ଟି ଲିକ୍‌ ପ୍ରଯୁକ୍ତିର ବିକାଶ କରିଥିଲୁ।

Share